ଅମରାବତୀ:ଆଜି ନୌସେନା ଦିବସ(Navy Day) । ଏହି ଅବସରରେ ଆଜିଠୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President Droupadi Murmu )। ସେ ବିଶାଖାପାଟଣାରେ ନୌସେନା ଦିବସର ଏକ କାର୍ଯ୍ୟକ୍ରମରେ ଯୋଗଦେବେ(President Murmu to Attend Navy Day Celebrations in Visakhapatnam) । ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ବିଜୟଓ୍ବାଡାରେ ପହଞ୍ଚିବା ପରେ ରାଜଭବନକୁ ଯିବେ । ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବିଜୟଓ୍ବାଡା ଉପକଣ୍ଠ ପୋରଙ୍ଗି ଗ୍ରାମରେ ଏକ ସଭାର ଆୟୋଜିତ କରାଯାଇଛି ।
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ(AP Governor Biswabhusan Harichandan) ଦ୍ବାରା ଆୟୋଜିତ ସଭାରେ ଯୋଗଦେବା ପରେ ରାଷ୍ଟ୍ରପତି ବିଶାଖାପାଟଣା ଗସ୍ତ କରିବେ । ବିଶାଖାପାଟଣାର ରାମକୃଷ୍ଣ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ନୌସେନା ଦିବସରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହାସହ ମୁର୍ମୁ ନୌସେନାର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଭର୍ଚ୍ଚୁଆଲରେ ଉଦଘାଟନ କରିବେ ।
ଏହା ମଧ୍ୟ ପଢନ୍ତୁ: 2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା: ନୌସେନା ମୁଖ୍ୟ