ଓଡିଶା

odisha

ETV Bharat / bharat

ଛାତ୍ର ଆତ୍ମହତ୍ୟା ନେଇ ରାଷ୍ଟ୍ରପତିଙ୍କ ଉଦବେଗ, ଧୈର୍ଯ୍ୟ ସହ ପରିଶ୍ରମ ଜାରି ରଖିବାକୁ ଆହ୍ବାନ - ଛତିଶଗଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଛାତ୍ର ଆତ୍ମହତ୍ୟା ନେଇ ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି । ଧୈର୍ଯ୍ୟ ସହ ପରିଶ୍ରମ ଜାରି ରଖିବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ଛାତ୍ର ଆତ୍ମହତ୍ୟା ନେଇ ରାଷ୍ଟ୍ରପତିଙ୍କୁ ଉଦବେଗ
ଛାତ୍ର ଆତ୍ମହତ୍ୟା ନେଇ ରାଷ୍ଟ୍ରପତିଙ୍କୁ ଉଦବେଗ

By ETV Bharat Odisha Team

Published : Aug 31, 2023, 9:41 PM IST

ରାୟପୁର: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବା ପରି ସ୍ଥିତି ସୃଷ୍ଟି ହେଲାଣି । ନିକଟରେ ରାଜସ୍ଥାନର କୋଟାର ଏକାଧିକ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଏହାର ସର୍ବଶେଷ ଉଦାହରଣ । ଏପରି ସ୍ଥିତି ଦେଶ ପାଇଁ ଏକ ଭୟାନକ ସ୍ଥିତି ସୃଷ୍ଟି କଲାଣି । ଆଜି ଏହି ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି ।

ଆଜି(ଗୁରୁବାର) ଛତିଶଗଡ଼ ରାଜଧାନୀ ରାୟପୁରରେ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ୱବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଷ୍ଟ୍ରପତି ମୁର୍ମୁ ନିଜ ସମ୍ବୋଧନରେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି । ଛାତ୍ରମାନଙ୍କୁ ଜୀବନରେ କେବେ ନିରାଶ ନହେବାକୁ ପରାମର୍ଶ ଦେଇଛନ୍ତି । ଧୈର୍ଯ୍ୟ ଏବଂ ପରିଶ୍ରମ ସହିତ ଆଗ୍ରହ କ୍ଷେତ୍ରରେ ଚେଷ୍ଟା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି ।

ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି,"ଆମ ଦେଶ କ୍ରମାଗତ ନୂଆ ସଫଳତାର ଅଧିକାରୀ ହେବାରେ ଲାଗିଛି । ସଫଳତାର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ଏବେ ଚନ୍ଦ୍ରରେ ମଧ୍ୟ ତ୍ରିରଙ୍ଗା ଉଡିଲାଣି । ବିଶ୍ବସ୍ତରୀୟ କ୍ରୀଡ଼ାରେ ଆମ କ୍ରୀଡାବିତ୍‌ମାନେ ନୂଆ ରେକର୍ଡ କରୁଛନ୍ତି । ହେଲେ ଏପରି ସ୍ଥିତିରେ ଛାତ୍ର ଆତ୍ମହତ୍ୟା ଏକ ଗମ୍ଭୀର ବଷୟ । ନିଟ୍‌ ପରୀକ୍ଷାରେ ବିଫଳ ହେବା ପରେ ଦୁଇ ଛାତ୍ର ଏପରି ଚରମ ନିଷ୍ପତ୍ତି ନେଲେ । ଏହା ଆଦୌ ଉଚିତ ନୁହେଁ । ବିଦ୍ୟାର୍ଥୀ ଜୀବନରେ ସଫଳତା ବିଫଳତା ଲାଗି ରହିଥାଏ, କିନ୍ତୁ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବା ନିହାତି ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ :-କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇ କହିଥିଲେ ଯେ, ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ସହିତ ନିଜ ଆଗ୍ରହ କ୍ଷେତ୍ରରେ ଚେଷ୍ଟା ଜାରି ରଖିବାକୁ ହେବ । ଏହା ସହିତ କୌଣସି ପରିସ୍ଥିତିରେ ଜୀବନରେ ନିରାଶ ନହେବା ମଧ୍ୟ ଉଚିତ । ରାଷ୍ଟ୍ରପତି କହିଛନ୍ତି,"ପିଲାମାନଙ୍କ ଉପରେ ପ୍ରତିଯୋଗିତାର ଚାପ ନିଶ୍ଚୟ ରହିଛି, କିନ୍ତୁ ସେମାନଙ୍କ କ୍ୟାରିୟର ଯେତିକି ଗୁରୁତ୍ୱପୂର୍ଣ୍ଣ, ଜୀବନର ପ୍ରତ୍ୟେକ ଆହ୍ବାନର ସମ୍ମୁଖୀନ ହେବାରେ ସଫଳ ହେବା ମଧ୍ୟ ସେମାନଙ୍କ ପାଇଁ ସେତିକି ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ଶିଶୁଙ୍କର ନିଜର ଅନନ୍ୟ ପ୍ରତିଭା ଥାଏ । ଆପଣଙ୍କର କେଉଁ କ୍ଷେତ୍ରରେ ଆଗ୍ରହ ରହିଛି, ତାହା ଜାଣିବ ଆବଶ୍ୟକ । ଏହି ଦିଗରେ ନିରନ୍ତର କାର୍ଯ୍ୟ ଜାରି ରଖିଲେ ଆମେ ଆଗକୁ ବଢ଼ି ପାରିବା । ବର୍ତ୍ତମାନର ଯୁଗ ଏକ ବୈଜ୍ଞାନିକ ଯୁଗ । ଆଜିର ପିଲାମାନେ ବହୁତ ତୀକ୍ଷ୍ଣ କିନ୍ତୁ ଧୈର୍ଯ୍ୟର ଅଭାବ ରହୁଛି । ଧୈର୍ଯ୍ୟ ରଖି ସଫଳତା ପଥରେ ପରିଶ୍ରମ ଜାରି ରଖିଲେ ସବୁ ସମ୍ଭବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details