ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 11 ଅସାଧାରଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି 11 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ମେଡାଲ, ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଛନ୍ତି । କଳା ଏବଂ ସଂସ୍କୃତି ବର୍ଗରେ ୪ଜଣ, ସାହାସିକତା ପାଇଁ ଜଣେ, ନବସୃଜନ ପାଇଁ 2ଜଣ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ ୩ ଜଣଙ୍କୁ ପୁରସ୍କାର ମିଳିଛି । । ପ୍ରଧାନମନ୍ତ୍ରୀ ବାଲ ପୁରସ୍କୃତପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ଆଜି (ମଙ୍ଗଳବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ ।
ଏହା ବି ପଢନ୍ତୁ...Parakram Diwas: ପରମବୀର ବିଜେତାଙ୍କ ନାମରେ ନାମିତ ହେଲା 21 ଦ୍ବୀପ