ଓଡିଶା

odisha

ETV Bharat / bharat

Lakhimpur Khiri Accident: ଲଖିମପୁର ଖେରୀରେ ସଡ଼କ ଦୁର୍ଘଟଣା, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଲଖିମପୁର ଖେରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Lakhimpur Khiri Accident)। ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଉଭୟ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Sep 28, 2022, 4:37 PM IST

President Murmu and PM Modi Condolences on Lakhimpur Khiri Accident
Lakhimpur Khiri Accident: ଲଖିମପୁର ଖେରୀରେ ସଡ଼କ ଦୁର୍ଘଟଣା, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଲକ୍ଷ୍ନୌ: ଲଖିମପୁର ଖେରୀରେ ମର୍ମନ୍ତୁନ୍ଦ ସଡ଼କ ଦୁର୍ଘଟଣା ଘଟିଛି(Lakhimpur Khiri Accident) । ଏକ ଦୃତଗାମୀ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହେବା ପରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବୁଧବାର ଏକ ଯାତ୍ରାବହୀ ବସ୍‌ କିଛି ଯାତ୍ରୀଙ୍କୁ ନେଇ ଧାଉରହେରାରୁ ଲକ୍ଷ୍ନୌ ଯାଉଥିଲା । ଏହି ସମୟରେ ଇଶାନନଗର ଥାନା ଅଞ୍ଚଳ ଏରା ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ଯାତ୍ରୀଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ତୁରନ୍ତ ଅତିରକ୍ତ ଜିଲ୍ଲାପାଳ ଓ ସର୍କଲ ଅଫିସର ଜିଲ୍ଲା ହସ୍ପିଟାଲ୍‌ରେ ପହଞ୍ଚି ଦୁର୍ଘଟଣାର ଶିକାର ବ୍ୟକ୍ତି ବିଶେଷଙ୍କ ଚିକିତ୍ସା ସୁବିଧା ବିଷୟରେ ପଚାରି ବୁଝିଛନ୍ତି ।

ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଲଖିମପୁର ଖେରୀରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଆହତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"

ଲଖିମପୁର ଖେରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ମୃତ ୨୫ ଗୁରୁତର

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେ କହିଛନ୍ତି, "ଉତ୍ତରପ୍ରଦେଶ ଲଖିମପୁର ଖେରୀ ଦୁର୍ଘଟଣା ଖବର ଦ୍ବାରା ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆହତ ବ୍ୟକ୍ତି ବିଶେଷଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଧାନମନ୍ତ୍ରୀ ରିଲିଫ୍‌ ଫାଣ୍ଠିରୁ ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।"

ସେପଟେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ତା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଉଚିତ୍‌ ଚିକିତ୍ସା ଯୋଗାଇ ଦେବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details