ଓଡିଶା

odisha

ଯୁବ ପ୍ରଶାସକଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ, ଲୋକଙ୍କ ପ୍ରତି ହୁଅ ସମ୍ବେଦନଶୀଳ

By

Published : Aug 25, 2022, 9:35 PM IST

ରାଷ୍ଟ୍ରପତି ଭବନରେ ୨୦୨୦ ବ୍ୟାଚର ପ୍ରଶାସନିକ ଅଧିକାରୀ । ଦେଶସେବାର ମନ୍ତ୍ର ଦେଲେ ରାଷ୍ଟ୍ରପତି ମୁର୍ମୁ, କହିଲେ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅ । ନିଜ ଅଞ୍ଚଳର ସବୁଠୁ ଶେଷ ଲୋକ ପାଖରେ ପହଞ୍ଚ । ଅଧିକ ପଢନ୍ତୁ

ଯୁବ ପ୍ରଶାସକଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ, ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅ
ଯୁବ ପ୍ରଶାସକଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ, ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅ

ନୂଆଦିଲ୍ଲୀ:ଦେଶର ଅବିକଶିତ ତଥା ଅନୁନ୍ନତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିବା ଆବଶ୍ୟକ । ଫଳରେ ସରକାର ଆରମ୍ଭ କରୁଥିବା ଜନ କଲ୍ୟାଣକାରୀ ଯୋଜନା ପ୍ରତ୍ୟେକ ନାଗରିକ ତଥା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ । ଫଳରେ ସରକାରୀ ବ୍ୟବସ୍ଥା ସମାଜର ସବୁଠୁ ନିମ୍ନସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ । ଆଜି ୨୦୨୦ ବ୍ୟାଚର ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଜି (ଗୁରୁବାର) ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ୧୭୫ ଜଣ ଯୁବ ଅଧିକାରୀ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦେଶର କନିଷ୍ଠ ସର୍ବଭାରତୀୟ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି କହିଥିଲେ ଦେଶ ସେମାନଙ୍କ ଠାରୁ ଏହା ହିଁ ଆଶା କରେ ଯେ, ସେମାନେ ସମାଜର ସବୁଠୁ ପଛରେ ଥିବା ଶ୍ରେଣୀ ନିକଟରେ ପହଞ୍ଚନ୍ତୁ । ନିଜର ଉତ୍ତର ଦାୟିତ୍ବକୁ ପ୍ରଭାବୀ ଭାବେ ତୁଲାଇବା ସହ ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ସେମାନଙ୍କ ଜୀବନଧାରଣ ମାନଦଣ୍ଡରେ ସୁଧାର ଆଣିବା ପ୍ରତ୍ୟେକ ପ୍ରଶାସନିକ ଅଧିକାରୀଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଥିଲେ ।

ଆହୁରି ମଧ୍ୟ ରାଷ୍ଟ୍ରପତି କହିଥିଲେ, ପ୍ରଶାସନିକ ଅଧିକାରୀମାନେ ସେମାନେ କାର୍ଯ୍ୟରତ ଥିବା ଅଞ୍ଚଳକୁ ଏକ- ନମ୍ବର ସ୍ଥାନରେ ପହଞ୍ଚାଇବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବା ଉଚିତ । ଲୋକଙ୍କ ପ୍ରତି ସମ୍ବେଦନଶୀଳ ଭାବେ କାର୍ଯ୍ୟ କରି ନିଜ କାର୍ଯ୍ୟକ୍ଷେତ୍ରର ପ୍ରତ୍ୟେକ ଲୋକଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ସମସ୍ତ ଅଧିକାରୀଙ୍କ ପାଇଁ ଗର୍ବର ବିଷୟ ହେବ ବୋଲି ରାଷ୍ଟ୍ରପତି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details