ନୂଆଦିଲ୍ଲୀ: ଆଜିଠୁ ୪ଦିନିଆ ମହାରାଷ୍ଟ୍ର ଓ ତେଲେଙ୍ଗାନା ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ଗତକାଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆଜିଠୁ 4 ଦିନିଆ ମହାରାଷ୍ଟ୍ର-ତେଲେଙ୍ଗାନା ଗସ୍ତରେ ଯିବେ ରାଷ୍ଟ୍ରପତି - ଆଜି ମହାରାଷ୍ଟ୍ର ଗସ୍ତ କରିବେ ରାଷ୍ଟ୍ରପତି
ଆଜିଠୁ ୪ ଦିନିଆ ମହାରାଷ୍ଟ୍ର ଓ ତେଲେଙ୍ଗାନା ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ
ଆଜିଠୁ ରାଷ୍ଟ୍ରପତିଙ୍କ ୪ଦିନିଆ ମହାରାଷ୍ଟ୍ର ଓ ତେଲେଙ୍ଗାନା ଗସ୍ତ
ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସୂଚୀ ଉପରେ:
- ଫେବୃଆରୀ ୧୦ରେ ରାଷ୍ଟ୍ରପତି ମହାରାଷ୍ଟ୍ରରେ ପହଞ୍ଚିବା ପରେ ୧୧ ତାରିଖରେ ମୁମ୍ବାଇର ରାଜଭବନରେ ନୂତନ ଦରବାର ହଲର ଉଦଘାଟନ କରିବେ ।
- ଏହାପରେ ଫେବୃଆରୀ 12ରେ ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାର ଅମ୍ବାଡାୱେ ଗ୍ରାମରେ ପହଞ୍ଚି ଡ.ବାବାସାହେବ ଆମ୍ବେଦକର ମେମୋରିଆଲ ପରିଦର୍ଶନ କରିବେ ।
- ଫେବୃଆରୀ ୧୩ରେ ହାଇଦ୍ରାବାଦରେ ପହଞ୍ଚି ସନ୍ଥ ରାମାନୁଜ ସହସ୍ରାବଡି ସମାରୋହରେ ସାମିଲ ହେବେ । ଏଥିସହ ରାମାନୁଜାଚାର୍ଯ୍ୟଙ୍କ ଏକ ସୁନା ମୂର୍ତ୍ତିକୁ ଉନ୍ମୋଚନ କରିବେ ।
- ଏହାପୂର୍ବରୁ ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ଗସ୍ତରେ ଆସି ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ 216 ଫୁଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଲୋକାର୍ପଣ କରିଥିଲେ ।
@ANI