ବିଶାଖାପାଟନମ: ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ସୋମବାର) ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ନୌସେନାର ପ୍ରେସିଡେଣ୍ଟାଲ ଫ୍ଲିଟ ରିଭ୍ୟୁ କାର୍ଯ୍ୟକ୍ରମରେ ସାମିଲ ହେବେ । ଏନେଇ ସେ ଗତକାଲି (ରବିବାର) ବିଶାଖାପାଟନମରେ ପହଞ୍ଚି ସାରିଛନ୍ତି । ନୌସେନା ଅଭ୍ୟାସରେ 44 ରୁ ଅଧିକ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ କୋଷ୍ଟଗାର୍ଡ ସମେତ 50ରୁ ଅଧିକ ବିମାନର ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସପରିବାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ନୌସେନାର ଫ୍ଲିଟ କାର୍ଯ୍ୟକ୍ରମକୁ ସମୀକ୍ଷା କରିବେ ରାଷ୍ଟ୍ରପତି - ଆଜି ନୌସେନାର ଫ୍ଲିଟ କାର୍ଯ୍ୟକ୍ରମକୁ ସମୀକ୍ଷା କରିବେ ରାଷ୍ଟ୍ରପତି
ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ସୋମବାର) ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ନୌସେନାର ପ୍ରେସିଡେଣ୍ଟାଲ ଫ୍ଲିଟ ରିଭ୍ୟୁ କାର୍ଯ୍ୟକ୍ରମରେ ସାମିଲ ହେବେ । ଅଧିକ ପଢନ୍ତୁ
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ସରକାରୀ ବିବୃତ୍ତି ଅନୁଯାୟୀ ସୋମବାର ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଠାରେ ପ୍ରେସିଡେଣ୍ଟାଲ ଫ୍ଲିଟ ସମୀକ୍ଷା ଏକ ପ୍ରେରଣାଦାୟକ ତଥା ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ୧୨ ତମ ଫ୍ଲିଟ ସମୀକ୍ଷା । ଏହାର ଏକ ବିଶେଷ ମହତ୍ତ୍ବ ରହିଛି ଯେ ଭାରତର ସ୍ବାଧୀନତାର 75 ତମ ବାର୍ଷିକୀ ପାଳନ ଅବସରରେ ଏହା ସମଗ୍ର ଦେଶରେ "ଆଜାଦି କା ଅମୃତ ମହୋତ୍ସବ" ଭାବରେ ପାଳନ କରାଯାଉଛି।
ରାଷ୍ଟ୍ରପତିଙ୍କ ୟାଚ ହେଉଛି ଏକ ସ୍ବଦେଶୀ ନିର୍ମିତ ନାଭାଲ୍ ଅଫଶୋର ପାଟ୍ରୋଲ୍ ଜାହାଜ, INS ସୁମିତ୍ରା, ଯାହା ରାଷ୍ଟ୍ରପତି ସ୍ତମ୍ଭର ନେତୃତ୍ବ ନେବ । ଏହି ସମାରୋହ ଗାର୍ଡ ଅଫ୍ ଅନର ଏବଂ 21 ତୋପ ସଲାମି ଅଭିବାଦନ ପରେ ରାଷ୍ଟ୍ରପତି ୟାଚ INS ସୁମିତ୍ରା ବିଶାଖାପାଟନମ୍ ଆଙ୍କୋରେଜରେ 44 ଟି ଜାହାଜ ଦେଇ ଯାତ୍ରା କରିବେ । ଏହି ସମୀକ୍ଷାରେ ଭାରତୀୟ ନୌସେନାର ତଟରକ୍ଷୀ ବାହିନୀର ଜାହାଜଗୁଡ଼ିକର ମିଶ୍ରଣ ରହିବ ।