ଓଡିଶା

odisha

ETV Bharat / bharat

ବିଶ୍ବର ସର୍ବବୃହତ ଷ୍ଟାଡିୟମ ମୋଟେରାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ବିଶ୍ବର ସର୍ବ ବୃହତ କ୍ରିକେଟ ଷ୍ଟାଡିୟମ ମୋଟେରାକୁ ଆଜି ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମଙ୍ଗଳବାର ମୋଟେରା ଯାଇ ଷ୍ଟାଡିୟମ ବୁଲି ଦେଖିଛନ୍ତି କ୍ରିଡ଼ା ମନ୍ତ୍ରୀ କିରଣ ରିଜ୍ଜୁ। ଆଜି ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଅଧିକ ପଢନ୍ତୁ...

By

Published : Feb 24, 2021, 9:59 AM IST

Updated : Feb 24, 2021, 2:17 PM IST

444
44

ଅହମଦାବାଦ: ବିଶ୍ବର ସର୍ବବୃହତ ତାଲିକାରୁ ହଟିଲା ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମ। କାରଣ ମେଲବର୍ଣ୍ଣକୁ ମାତ୍ ଦେଇ ଆଜି ଉଦଘାଟିତ ହୋଇ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ମୋଟେରା । ଏହା ଅହମଦାବାଦ ସାବରିମତୀରେ ଅବସ୍ଥିତ।

ବିଶ୍ବର ସର୍ବବୃହତ ଷ୍ଟାଡିୟମ ମୋଟେରାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଏହି ଷ୍ଟାଡିୟମକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିବେ। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ। ଏହି ଷ୍ଟାଡିୟମ ଉଦଘାଟନ ହେବା ପାଇଁ ସମଗ୍ର ରାଜ୍ୟରେ ଏକ ଉତ୍ସବର ମାହୋଲ ଦେଖାଦେଇଛି। ଆଜି ଏହି ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।

ଷ୍ଟାଡିୟମର ଅବସ୍ଥିତି ଓ ଆକୃତି

ଅହମଦାବାଦ ସର୍ଦ୍ଦାର ପଟେଲ ଷ୍ଟାଡିୟମ 63 ଏକ ଜମି ଉପରେ ପର୍ଯ୍ୟବେଷିତ। ଏହି ଷ୍ଟାଡିୟମରେ ଏକକାଳୀନ ଲକ୍ଷେ 10 ହଜାର ଲୋକ ବସିପାରିବାର କ୍ଷମତା ରହିଛି। ତେବେ ପୂର୍ବରୁ ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଏକକାଳୀନ ୯୦ ହଜାର ଲୋକ ବସିବାର ବ୍ୟବସ୍ଥା ରହିଛି।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସର୍ବ ବୃହତ ଷ୍ଟାଚ୍ୟୁ କରି ଗୁଜୁରାଟ ପୂର୍ବରୁ ଏକ ରେକର୍ଡ ସ୍ଥାପନ କରିଥିବା ବେଳେ ଏବେ ମୋଟେରା ଷ୍ଟାଡିୟମ କରି ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏହି ଷ୍ଟାଡିୟମ ନିର୍ମାଣ ପାଇଁ 800 କୋଟିର ବ୍ୟୟଅଟ୍ଟକଳ କରାଯାଇଥିଲା। ଏବଂ ଏହି ଷ୍ଟାଡିୟମର ସୌନ୍ଦର୍ଯ୍ୟ ଅବିଶ୍ବନୀୟ। ଏହାକୁ ଲାର୍ସନ ଓ ଟର୍ବୋ କମ୍ପାନୀ ନିର୍ମାଣ କରାଯାଇଛି। ପୂର୍ବରୁ ସମାନ କମ୍ପାନୀ ଷ୍ଟାଚ୍ୟୁ ଅଫ୍ ୟୁନିଟର ନିର୍ମାଣ କାର୍ଯ୍ୟକୁ 5 ବର୍ଷରେ ଶେଷ କରିଥିଲା।

ନମୋଙ୍କ ସ୍ବପ୍ନର ମୋଟେରା ପ୍ରକଳ୍ପ

ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନର ପ୍ରକଳ୍ପ । ଏଥିରେ ସମସ୍ତ ପ୍ରକାର ଉନ୍ନତଧରଣର ସୁବିଧା ରହିଛି। 76 ଟି କର୍ପୋରେଟ ହାଉ, ଅଲମ୍ପିକ ଲେଭଲ ସୁଇମ୍ପିଙ୍ଗ ପୁଲ୍, ଇଣ୍ଡୋର ଷ୍ଟାଡିୟମ, ଆଥଲେଟଙ୍କ ପାଇଁ 4ଟି ଡ୍ରେସିଂ ରୁମ୍, ଫୁଡ୍ କୋର୍ଟ ଓ ଗୁଜୁରାଟ କ୍ରିକେଟ ଆସୋସିଏସନ୍ କ୍ଲବ ହାଉସ ରହିଛି।

ଷ୍ଟାଡିୟମରେ ମୋଟ 11 ଟି ମାଟି ପିଚ୍ ରହିଛି। ସେଥିରେ 6 ଟି ନାଲି ଏବଂ 5 ଟି କଳା ମାଟିରେ ପ୍ରସ୍ତୁତ କରାଯାଇଛି | ମୁଖ୍ୟ ଏବଂ ଅଭ୍ୟାସ ପିଚ୍ ପାଇଁ ଉଭୟ ରଙ୍ଗୀନ ମାଟି ବ୍ୟବହାର କରିବାରେ ଏହା ପ୍ରଥମ ଷ୍ଟାଡିୟମ୍| ବର୍ଷା ହେଲେ ବି ପିଚଟି ମାତ୍ର 30 ମିନିଟରେ ଶୁଖାଯାଇପାରିବ ।

ଷ୍ଟାଡିୟମର ବିଳାସମୟ ସୁବିଧା

ଷ୍ଟାଡିୟମରେଅତ୍ୟାଧୁନିକ ଏଲଇଡି ଫ୍ଲୋଡ୍ ଲାଇଟର ସୁବିଧା ରହିଛି। ଯାହା ବାୟୁମଣ୍ଡଳକୁ ଗରମ କରିବ ନାହିଁ ଏବଂ ଦର୍ଶକ ତଥା କ୍ରିକେଟରଙ୍କୁ ଆରାମ ପ୍ରଦାନ କରିବ। ଏହି ଷ୍ଟାଡିୟମର ଏକ ଅଭିନବ ବୈଶିଷ୍ଟ୍ୟ ହେଉଛି 9 ଡିଗ୍ରୀ ଉଚ୍ଚତାରେ 360 ଡିଗ୍ରୀ ପୋଡିୟମ୍ କନ୍ସୋର୍ସ ଦର୍ଶକଙ୍କୁ ଆରାମ ପ୍ରଦାନ କରିବ। ଏବଂ ସମସ୍ତ ଦର୍ଶକଙ୍କୁ ସମାନ ଦୃଶ୍ୟ ପ୍ରଦାନ କରିବ।

ଡିଜାଇନ୍ ହୋଇଥିବା କର୍ପୋରେଟ୍ ବାକ୍ସଗୁଡ଼ିକର ପ୍ରତ୍ୟେକଟିରେ 25 ଜଣ ବସିବାର କ୍ଷମତା ଅଛି । 150 ଟନ୍ ଏୟାର-କୁଲିଂ ଟାୱାର ଷ୍ଟାଡିୟମରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିଣ କରିବ। ଖେଳିବାକୁ ଆସିଥିବା ଉଭୟ ଦଳ ପାଇଁ ବିରାଟ ଡ୍ରେସିଂ ରୁମର ବ୍ୟବସ୍ଥା କରାଯାଇଛି । ଏହାସହ ଅଲଗା ଅତ୍ୟାଧୁନିକ ଜିମ୍ ମଧ୍ୟ ସ୍ଥାପନ କରାଯାଇଛି।

ଖେଳାଳି ଏବଂ ଭିଭିଆଇପି ପ୍ରବେଶ ଦ୍ୱାର ନିକଟରେ ଏକ ସ୍ବତନ୍ତ୍ର ଲଙ୍ଗ୍ ନିର୍ମାଣ କରାଯାଇଛି | ଷ୍ଟାଡିୟମରେ ଅଟୋଗ୍ରାଫ୍ ଗ୍ୟାଲେରୀରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଆଇପିଏଲ୍ ଏବଂ ବିଶ୍ବ କପ୍ ମ୍ୟାଚ୍ ଦଳର ଖେଳାଳିଙ୍କ ଅଟୋଗ୍ରାଫ୍ ବ୍ୟାଟ୍ ସଂଗ୍ରହ ଆକର୍ଷଣର କେନ୍ଦ୍ର ପାଲଟିଛି । ବିଶ୍ବ ପ୍ରସିଦ୍ଧ କ୍ରିକେଟରଙ୍କ ଫଟୋଗ୍ରାଫ୍ ବିଶିଷ୍ଟ "ହଲ୍ ଅଫ୍ ଫେମ" ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ।

ମୋଟେରା ଷ୍ଟାଡିୟମର ପୂର୍ବ ସ୍ଥିତି

2016 ରେ ଯେତେବେଳେ ପୁରୁଣା ଷ୍ଟାଡିୟମ୍ ଭାଙ୍ଗିଗଲା, ମୋଟେରା ଷ୍ଟାଡିୟମର 54,000 ଦର୍ଶକଙ୍କ ବସିବାର କ୍ଷମତା ଥିଲା । ନୂତନ କ୍ରିକେଟ୍ ଷ୍ଟାଡିୟମର ମୂଳଦୁଆ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ଦ୍ବାରା ଜାନୁଆରୀ 2018 ରେ ଏକ ନୂତନ ତଥା ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ସଜ୍ଜିତ ଷ୍ଟାଡିୟମ୍ ନିର୍ମାଣ ପାଇଁ ନିର୍ମିତ ହୋଇଥିଲା। ଦୁଇ ବର୍ଷର ଅଳ୍ପ ସମୟ ଅବଧି ମଧ୍ୟରେ ସମାପ୍ତ ହୋଇଥିବା ଏହି ଷ୍ଟାଡିୟମ ଗୁଜୁରାଟର ମୁଣ୍ଡରେ ଆଉ ଏକ ତାଜ୍ ଭିଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2021, 2:17 PM IST

ABOUT THE AUTHOR

...view details