ଓଡିଶା

odisha

ଜାତୀୟ ସେବା ଯୋଜନା ଦିବସ, ୪୨ ଜଣଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି

୨୦୧୯-୨୦ ବର୍ଷ ପାଇଁ ଆଜି ଭିଡିଓ କନଫରରେସିଂ ଜରିଆରେ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

By

Published : Sep 24, 2021, 7:23 AM IST

Published : Sep 24, 2021, 7:23 AM IST

Updated : Sep 24, 2021, 10:43 AM IST

ଆଜି ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
ଆଜି ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତିଆଜି ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଜାତୀୟ ସେବା ଯୋଜନା ଦିବସ । ଏନେଇ ଉତ୍ତମ ସେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୧୯-୨୦ ବର୍ଷ ପାଇଁ ଆଜି ଭିଡିଓ କନଫରରେସିଂ ଜରିଆରେ ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ବିଶ୍ବବିଦ୍ୟାଳୟ, ଯୁକ୍ତ ଦୁଇର ଛାତ୍ରଛାତ୍ରୀ, NSS ୟୁନିଟ୍ ଏବଂ ସେମାନଙ୍କ ପ୍ରୋଗ୍ରାମ ଅଫିସର ଓ ଏନଏସଏସ(NSS) ସ୍ୱେଚ୍ଛାସେବୀ ପରି ତିନୋଟି ଭିନ୍ନ ବର୍ଗରେ ୪୨ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଏହି ଅବସରରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ହେବାକୁ ଥିବା ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଯୋଗ ଦେବେ।

ପ୍ରତିବର୍ଷ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ତରଫରୁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଥାଏ । ଯାହା ବିଶ୍ୱବିଦ୍ୟାଳୟ, ଯୁକ୍ତ ୨ ଛାତ୍ରଛାତ୍ରୀ, ଏନଏସଏସ ୟୁନିଟ୍ ଦ୍ବାରା ସ୍ବେଚ୍ଛାକୃତ ଭାବେ ସମାଜ ସେବାରେ ନିଜର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଦେଶରେ ଜାତୀୟ ସେବା ଯୋଜନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ବଚ୍ଛାସେବୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ ।

ଜାତୀୟ ସେବା ଯୋଜନା ଦିବସ କଣ ?

ଜାତୀୟ ସେବା ଯୋଜନା (NSS) ହେଉଛି ଏକ କେନ୍ଦ୍ରୀୟ ଯୋଜନା । ୧୯୬୯ରେ ସେପ୍ଟେମ୍ବର ୨୪ରେ ଏହା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ପ୍ରତ୍ୟେକ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର +୨ ଓ +୩ ଛାତ୍ର ଛାତ୍ରୀ ଅନ୍ତର୍ଭୁକ୍ତ । ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନରେ ଜାତୀୟ ସେବା ଯୋଜନା ପରିଚାଳିତ । ନୂଆଦିଲ୍ଲୀରେ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟକୁ ପରିଚାଳନା କରୁଛି ।

ଗୋଷ୍ଠି ସେବା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ ନେଇ ଆରମ୍ଭ କରାଯାଇଥିବା ଏହି ଯୋଜନାର ଆଦର୍ଶ ହେଉଛି ‘ମୁଁ ମୋ ପାଇଁ ନୁହେଁ, ଆପଣଙ୍କ ପାଇଁ’ । ଛାତ୍ରଛାତ୍ରୀମାନେ ନିଜକୁ ବୁଝିବା ସହ ଦେଶରେ ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସିବା, ସେମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରିବା ଓ ତାର ସମାଧାନ କରିବା, ନେତୃତ୍ୱ ଓ ଗଣତାନ୍ତ୍ରୀକ ଚିନ୍ତାଧାରା ସୃଷ୍ଟି କରିବା, ଜାତୀୟ ସଂହତି ଓ ସାମାଜିକ ଏକତା ପାଇଁ କାର୍ଯ୍ୟ କରିବା, ଏହି ଯୋଜନାର ମୂଳ ଲକ୍ଷ୍ୟ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଦ୍ୱାରା ଏନଏସଏସର ଆଦର୍ଶଗତ ଆଭିମୁଖ୍ୟ ଅନୁପ୍ରାଣିତ ହୋଇଛି।

@ANI

Last Updated : Sep 24, 2021, 10:43 AM IST

ABOUT THE AUTHOR

...view details