ଓଡିଶା

odisha

ETV Bharat / bharat

Gallantry Awards: ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେଲେ ସ୍ଥଳସେନା ମୁଖ୍ୟ - ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେଲେ ସ୍ଥଳସେନା ମୁଖ୍ୟ

ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ (General Manoj Pande) ଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ(Param Vishisht Seva Medal) ସମ୍ମାନରେ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

Gallantry Awards
Gallantry Awards

By

Published : May 10, 2022, 8:41 PM IST

ନୂଆଦିଲ୍ଲୀ: ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ (General Manoj Pande) ଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ(Param Vishisht Seva Medal) ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହାସହ ସେନାରେ ଅଦ୍ୟମ ସାହାସ ବୀରତ୍ବ ପାଇଁ 6 ଜଣଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ଏହା ସହ ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲ୍ଲୋଙ୍କୁ ମଧ୍ୟ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି 3 ସେନାର ଅଧିକାରୀ, ଯବାନଙ୍କୁ ସମ୍ମାନିତ କରିଛନ୍ତି । ମରଣୋତ୍ତର ଭାବେ 6 ଜଣ ସହିଦ ବୀର ଯବାନ କ୍ୟାପଟେନ ଆଶୁତୋଷ କୁମାର(18 ମାଡ୍ରାସ ରେଜିମେଣ୍ଟ)ନାଏବ ସୁବେଦାର ଶ୍ରୀଜିତ ଏମ (17 ମାଡ୍ରାସ ରେଜିମେଣ୍ଟ) , ହାବିଲଦାର ଅନୀଲ ତୋମାର (44 ରାଜପୁତ ରେଜିମେଣ୍ଟ), ସହିଦ ପିଙ୍କୁ କୁମାର (34 ରାଜପୁତ ରେଜିମେଣ୍ଟ), ସହିଦ କାଶୀରାୟ ବମ୍ମାନଲ୍ଲୀ (44 ରାଜପୁତ ରେଜିମେଣ୍ଟ) ଓ ସିପାହୀ ଯୋଶବନ୍ତ ରେଡ୍ଡୀ (17 ମାଡ୍ରାସ ରେଜିମେଣ୍ଟ)ଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଏକାଧିକ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ଅଧିକାରୀ, କର୍ମଚାରୀ ଓ ସେନା ଅଧିକାରୀଙ୍କ ପରିବାରବର୍ଗ ଉପସ୍ଥିତ ଅଛନ୍ତି ।

@ANI

ABOUT THE AUTHOR

...view details