ଥିରୁଅନନ୍ତପୁରମ:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଡିସେମ୍ବର ୨୧ତାରିଖରୁ ୪ ଦିନିଆ କେରଳ ଗସ୍ତ(four-day Kerala visit of President Kovind)କରିବେ । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଶନିବାର ଜଣାପଡ଼ିଛି ।
ଡିସେମ୍ବର ୨୧ ତାରିଖରେ ସେ ରାଜ୍ୟର କନ୍ନୁରଠାରେ ପହଞ୍ଚିବେ । ସେଠାରେ କସାରଗୋଡ଼ ସେଣ୍ଟ୍ରାଲ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେହି ଦିନ କୋଚିକୁ ଗସ୍ତ କରିବେ । ସେଠାରେ ସେ କୋଚିନ ନାଭାଲ ବେସର ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ।