ନୂଆଦିଲ୍ଲୀ: ପଛୁଆ ବର୍ଗ ଜାତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦେଲେ ରାଷ୍ଟ୍ରପତି । ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ(SEBCs)ଙ୍କ ଚିହ୍ନଟ ଲାଗି ରାଜ୍ୟମାନଙ୍କୁ କ୍ଷମତା ଦେବା ଦାବି ଉପରେ ମୋହର ମାଚିଛନ୍ତି ରାଷ୍ଟ୍ରପତି । ଯାହା ସାମ୍ବିଧାନି 105ତମ ବିଲ୍ ଭାବେ ପାରିତ ହୋଇଛି ।
ଏନସିପି ସଭାପତି ଶରଦ ପାୱାର ସୋମବାର ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିତ 50% କ୍ୟାପକୁ ହଟାଇବା ଏବଂ ରାଜ୍ୟଗୁଡ଼ିକୁ କୋଟା ସୀମା ଅତିକ୍ରମ କରିବାକୁ ଏକ ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ଗତ ସପ୍ତାହରେ, ଲୋକସଭା ଏକ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତାକୁ ପୁନଃସ୍ଥାପିତ କରିବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ପାରିତ କରିଥିଲା । କାରଣ ବିରୋଧୀ ଦଳ ଏହି ଆଇନକୁ ସମର୍ଥନ କରିଥିଲେ, କିନ୍ତୁ ସଂରକ୍ଷଣ ଉପରେ 50% କ୍ୟାପ୍ ହଟାଇବାକୁ ଦାବି ମଧ୍ୟ ରଖିଥିଲେ ବିରୋଧୀ ।