ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୩ ତମ ସ୍ବାଧୀନତା ଦିବସ । କୋଭିଡ କଟକଣା ଭିତରେ ସମଗ୍ର ଦେଶ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର । ଏହି ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ । ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହୋଇଛି ପରେଡ। ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ପରେଡରେ ପ୍ରଦର୍ଶିତ ହୋଇଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ପହଞ୍ଚି ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରୀୟ ସମର ସ୍ମାରକରେ ୨୬ ହଜାରରୁ ଅଧିକ ଶହୀଦଙ୍କ ନାମ ଖୋଦିତ ହୋଇଛି। ଏହାପରେ ସେଠାରୁ ରାଜପଥରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।