ଓଡିଶା

odisha

ଦିଲ୍ଲୀ ଉପରାଜ୍ୟପାଳଙ୍କ ବଢିଲା କ୍ଷମତା, ସଂଶୋଧିତ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

By

Published : Mar 29, 2021, 10:06 AM IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସରକାରଙ୍କ ରାଷ୍ଟ୍ରିୟ ରାଜଧାନୀ କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ଅଧିନିୟମ, 2021 ରେ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ...

ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସରକାରଙ୍କ ରାଷ୍ଟ୍ରିୟ ରାଜଧାନୀ କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ଅଧିନିୟମ, 2021 ରେ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଏହି ନିୟମ ଅନୁଯାୟୀ ବିଧାନସଭା ଦ୍ବାରା ପ୍ରସ୍ତୁତ କୌଣସି ଆଇନରେ ଦର୍ଶାଯାଇଥିବା ‘ସରକାର’ ଶବ୍ଦ ଉପରାଜ୍ୟପାଳଙ୍କୁ ବୁଝାଇବ । ଏହା ଦ୍ବାରା ଉପରାଜ୍ୟପାଳଙ୍କ ପାଖରେ ଅଧିକ କ୍ଷମତା ରହିବ ।

ଗତ ସପ୍ତାହରେ ସଂସଦରେ ଏହାକୁ ପାରିତ କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ନ୍ୟାସନାଲ ବ୍ୟାଙ୍କ ଫର ଫାଇନାନ୍ସ ଇନଫ୍ରାଷ୍ଟ୍ରକ୍ଚର ଏବଂ ଡେଭଲପମେଣ୍ଟ ଆକ୍ଟ, 2021 ଓ ମାଇନ୍ସ ଏବଂ ମିନେରାଲ୍ସ (ବିକାଶ ଏବଂ ନିୟାମକ) ସଂଶୋଧନ ଅଧିନିୟମ, 2021 କୁ ଅନୁମୋଦନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ଯେ ଏହି ସଂଶୋଧନ ଦ୍ୱାରା ଦିଲ୍ଲୀର ଏନସିଟିରେ ଶାସନରେ ସ୍ୱଚ୍ଛତା ଆସିବ ଓ ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ । ବିଲ୍ ପଛରେ ଥିବା ଯୁକ୍ତିଯୁକ୍ତତାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯେ ପ୍ରଚଳିତ ଆଇନରେ ଥିବା ଅସ୍ପଷ୍ଟତାକୁ ହଟାଇବା ପାଇଁ ସଂଶୋଧନ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରସ୍ତାବିତ ବିଲ୍ ଏନସିଟି ଦିଲ୍ଲୀ ସରକାର ଉପଭୋଗ କରୁଥିବା କୌଣସି କ୍ଷମତାକୁ କୌଣସି ପ୍ରକାରେ ହ୍ରାସ କରିବ ନାହିଁ ।

ABOUT THE AUTHOR

...view details