ଗାନ୍ଧୀନଗର:ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହିଳା ଉଦ୍ୟୋଗୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି (Start-up platform for women Entrepreneurs)। ଗୁଜୁରାଟ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହୋଇଥିଲେ । ଏହି ଷ୍ଟାର୍ଟଅପ ପ୍ରକଳ୍ପଗୁଡିକ ମଧ୍ୟରେ ଶିକ୍ଷା ଓ ଆଦିବାସୀ ବିକାଶ ସମ୍ପର୍କିତ ଅନେକ ପ୍ରକଳ୍ପ ରହିଛି । ମହିଳାଙ୍କ ପାଇଁ ଏହି ଷ୍ଟାର୍ଟଅପ ପ୍ରୋଗ୍ରାମ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ବିକଶିତ ହୋଇଛି (President Droupadi Murmu in Gujarat)।
ଗୁଜୁରାଟରେ ରାଷ୍ଟ୍ରପତି, ମହିଳା ଉଦ୍ୟୋଗୀଙ୍କ ପାଇଁ ଲଞ୍ଚ୍କଲେ ଷ୍ଟାର୍ଟଅପ୍ ପ୍ଲାଟଫର୍ମ - ଗୁଜୁରାଟରେ ରାଷ୍ଟ୍ରପତି
ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁଜୁରାଟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକାଧିକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ । ଅଧିକ ପଢନ୍ତୁ
ଗତକାଲି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଗୁଜୁରାଟରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତର ପ୍ରଥମ ଦିନରେ ସେ ଅହମ୍ମଦାବାଦର ପ୍ରସିଦ୍ଧ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ । ସେଠାରେ ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆଶ୍ରମ ପରିସର ପରିଦର୍ଶନ କରିଥିଲେ । ବାପୁଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବୁଲି ଦେଖିବା ସହ ଚରଖା ବୁଲାଇ ସୂତା ମଧ୍ୟ ପ୍ରସ୍ତୁତ କରିଥିଲେ ।
ଆଜି ଗସ୍ତର ଦ୍ବିତୀୟ ଦିନରେ ସେ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମହିଳା ଉଦ୍ୟୋଗୀଙ୍କୁ ପ୍ରତ୍ସାହିତ କରିବା ପାଇଁ ଏକାଧିକ ଷ୍ଟାର୍ଟଅପକୁ ରାଷ୍ଟ୍ରପତି ଲୋକାର୍ପଣ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଅନେକ ମହିଳା ଉଦ୍ୟୋଗୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧିତ ମଧ୍ୟ କରିଥିଲ ।