ଓଡିଶା

odisha

ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ, ଦଶହରା ମହୋତ୍ସବର କରିବେ ଶୁଭାରମ୍ଭ

By

Published : Sep 26, 2022, 9:14 AM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ । 26ରୁ 28 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରହିବେ ରାଷ୍ଟ୍ରପତି । ମହୀଶୂରରେ ଆୟୋଜିତ ଦଶହରା ମହୋତ୍ସବର ଉଦଘାଟନ କରିବେ । ଅଧିକ ପଢନ୍ତୁ

ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ
ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ (ସୋମବାର) 3 ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ । ମହୀଶୂରରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମହୋତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି । 28 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି କର୍ଣ୍ଣାଟକରେ ରହିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତି ଭାବେ ଦେଶର ଭାର ସମ୍ଭାଳିବା ପରେ ଏହା ତାଙ୍କ ପ୍ରଥମ କର୍ଣ୍ଣାଟର ଗସ୍ତ ।

Mysuru gears up for Dasara festival from Today

ମହୀଶୂରରେ ଦଶହରା ମହୋତ୍ସବର ଶୁଭାରମ୍ଭ କରିବା ପରେ ପରେ ଡୁବଲି-ଧାରବାଡ ନଗର ନିଗମ ଦ୍ବାରା ଆୟୋଜିତ 'ପଉରା ସନମାନା' ସମ୍ମାନ ସମୋରୋହରେ ସାମିଲ ହେବେ ରାଷ୍ଟ୍ରପତି । ଧାରବାଡରେ ଭାରତୀୟ ସୂଚନା ପ୍ରାଧିକରଣ ସଂସ୍ଥାନ (ଆଇଆଇଆଇଟି)ର ଉଦଘାନ କରିବା ସହ ଆଜି ବେଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ କ୍ରିଏଜେନିକ୍ ଇଞ୍ଜିନ୍ ଉତ୍ପାଦନ ୟୁନିଟର ଉଦଘାଟନ କରିବେ । ଏହା ସହିତ କ୍ଷେତ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥାନର ଭର୍ଚୁଆଲ ଜରିଆରେ ଉଦଘାଟନ କରିବେ । ଜୋସ ବିଶ୍ବ ବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ବେଙ୍ଗାଲୁରୁରେ ତାଙ୍କୁ ସମ୍ମାନ ଜଣାଇବା କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଆୟୋଜିତ ଅଭିନନ୍ଦନ ସମାରୋହରେ ସାମିଲ ହେବେ । 28 ତାରିଖରେ ନୂଆଦିଲ୍ଲୀ ଫେରିବେ ରାଷ୍ଟ୍ରପତି ।

ଏହା ବି ପଢନ୍ତୁ...ଆଜି ନୂଆ ଦଳ ଘୋଷଣା କରିବେ ଗୁଲାମ ନବୀ ଆଜାଦ !

Mysuru gears up for Dasara festival from Today

କର୍ଣ୍ଣାଟକର ମହୀଶୂର ସହରରେ ଅନୁଷ୍ଠିତ ହଶହରା ପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । 2 ବର୍ଷ କୋରୋନା ପାଇଁ ଉତ୍ସବ ବନ୍ଦ ଥିଲା ମାତ୍ର ଚଳିତ ବର୍ଷ ଏହା ପୁଣି ଆୟୋଜିତ ହେବାକୁ ଯାଉଛି । ଏହା ଏକ 10 ଦିନିଆ ପର୍ବ ଯାହା ବିଜୟାଦଶମୀ ଦିନ ଶେଷ ହେବ । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଉତ୍ସବରେ ହାତୀଙ୍କର ଏକ ଶୋଭାଯାତ୍ରା ବାହାରିଥାଏ । ଅପରାହ୍ନରୁ ଏହି ଜମ୍ବୁଶ୍ବରୀଙ୍କ ଶୋଭାଯାତ୍ରା ଆରମ୍ଭ ହେବ । 6 କିଲୋମିଟର ଶୋଭାଯାତ୍ରା ହେବ । ଅକ୍ଟୋବର 5ରେ ଏହି ମହୋତ୍ସବ ଶେଷ ହେବ । 8ଟି ସ୍ଥାନରେ ମୋଟ 290 ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ଯାଇଥିଲେ । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details