ଓଡିଶା

odisha

ETV Bharat / bharat

International Yoga Day: ଶୁଭେଚ୍ଛା ଜଣାଇଲେ, ରାଷ୍ଟ୍ରପତି ଭବନରେ ଯୋଗ କଲେ ଦ୍ରୌପଦୀ ମୁର୍ମୁ - ଯୋଗ କଲେ ରାଷ୍ଟ୍ରପତି

ଅନ୍ତର୍ଜାତୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଯୋଗ ଦିବସ
President performed yoga on yoga day

By

Published : Jun 21, 2023, 12:55 PM IST

ନୂଆଦିଲ୍ଲୀ:ଜୀବନରେ ଯୋଗ ନିହାତି ଜରୁରୀ । ଶାରିରୀକ ଓ ମାନସିକ ସ୍ତରରେ ଯୋଗ ମଣିଷକୁ ସୁସ୍ଥ ରଖିଥାଏ । ଦୈନନ୍ଦିନ ଜୀବନଶୈଳୀର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଯୋଗ । ଯୋଗ ଅଭ୍ୟାସ ଦ୍ବାରା ଫିଟ ଅନୁଭବ ହୋଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ଯୋଗ କରିଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଅନ୍ୟ କିଛି ବିଶିଷ୍ଠ ବ୍ୟକ୍ତି ମଧ୍ୟ ରାଷ୍ଟ୍ରପତି ଭବନରେ ଯୋଗ କରୁଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟ ଯୋଗ ଦିବସରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି,'' ଯୋଗ ଆମ ସଭ୍ୟତାର ମହାନ ଉପଲବ୍ଧି ମଧ୍ୟରୁ ଗୋଟିଏ । ସମଗ୍ର ବିଶ୍ବ ପାଇଁ ଭାରତର ଏହା ଏକ ମହାନ ଉପହାର । ଯୋଗ ଶରୀର ଓ ମନ ମଧ୍ୟରେ ସନ୍ତୁଳନ ସ୍ଥାପନା କରିଥାଏ । ଯୋଗ ଜୀବନର ପ୍ରାପ୍ତ ଏକ ସମଗ୍ର ଦୃଷ୍ଟିକୋଣ । ଯୋଗ ଆମର ଜୀବନରେ ଆସୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଅଧିକ ସକ୍ଷମ କରିଥାଏ । ଆଜି ଦିନରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣେଇବାକୁ ଏବଂ ତାହାର ପରିବର୍ତ୍ତନକାରୀ ଶକ୍ତିକୁ ଅନୁଭବ କରିବାକୁ ଆଗ୍ରାହ୍ୟ କରୁଛି ।''

ରାଷ୍ଟ୍ରପତି ଭବନରେ ଯୋଗଭ୍ୟାସ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଧଳା ରଙ୍ଗର ପୋଷାକ ପରିଧାନ କରି ମହାମହିମ ଦ୍ରୌପଦୀ ମୁର୍ମୁ ଯୋଗ କରୁଥିବା ଦେଖିବାକୁ ମିଳିଛି । ହାତକୁ ହାତ ଯୋଡି ଧ୍ୟାନ କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...International Yoga Day: ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଜନେତା

ଏହା ବି ପଢନ୍ତୁ...International Yoga Day: ସଂସାରକୁ ଯୋଡିଛି ଯୋଗ, ଏକ ଆନ୍ଦାଳନ ପାଲଟିଛି କହିଲେ ମୋଦି

2014ରୁ ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରଯାଉଛି । ସାରା ବିଶ୍ବ ପାଳନ କରୁଛି ଯୋଗ ଦିବସ । ଗାଁଠୁ ସହର ଦେଶ ବିଦେଶ ସବୁଠି ପାଳନ ହେଉଛି ଯୋଗ । ଏଥର ଯୋଗ ଦିବସର ଥିମ ରହିଛି 'ବସୁଧୈବ କୁଟୁମ୍ବକମ' । ଅର୍ଥାତ ସମସ୍ତଙ୍କ ମଙ୍ଗଳ ପାଇଁ ଯୋଗ । 2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଯୋଗ ଦିବସ ପାଳନ ହେଉଛି । ଆଜି ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details