ଓଡିଶା

odisha

କୃଷକଙ୍କ ଅଧିକାର ଉପରେ ପ୍ରଥମ ବିଶ୍ବ ଆଲୋଚନାଚକ୍ର ଉଦଘାଟନ କଲେ ରାଷ୍ଟ୍ରପତି

By ETV Bharat Odisha Team

Published : Sep 12, 2023, 10:19 PM IST

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ‘‘ସମୃଦ୍ଧ କୃଷି, ସାଂସ୍କୃତିକ ଏବଂ ଜାତିଗତ ବିବିଧତାକୁ ଦୃଷ୍ଟିରେ ରଖି ଭାରତକୁ ଏହି ସମ୍ମାନଜନକ ବୈଠକ ଆୟୋଜନ ପାଇଁ ଯୋଗ୍ୟ ଦେଶ ଭାବରେ ଚୟନ କରିଥିବାରୁ ଆୟୋଜକ ଏଫଏଓ ଏବଂ ଖାଦ୍ୟ ଓ କୃଷି ପାଇଁ ଉଦ୍ଭିଦ ଆନୁବଂଶିକ ସମ୍ବଳ ଉପରେ ଆନ୍ତର୍ଜାତିକ ଚୁକ୍ତି ର ସଚିବାଳୟକୁ ଅଭିନନ୍ଦନ ଜଣାଉଛି ।’’ ଅଧିକ ପଢନ୍ତୁ

କୃଷକଙ୍କ ଅଧିକାର ଉପରେ ପ୍ରଥମ ବିଶ୍ବ ଆଲୋଚନାଚକ୍ର କୁ ଉଦଘାଟନ କଲେ  ରାଷ୍ଟ୍ରପତି
କୃଷକଙ୍କ ଅଧିକାର ଉପରେ ପ୍ରଥମ ବିଶ୍ବ ଆଲୋଚନାଚକ୍ର କୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ କେନ୍ଦ୍ରର ଆଇସିଏଆର କନଭେନ୍ସନ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ‘କୃଷକ ମାନଙ୍କ ଅଧିକାର ଉପରେ ବିଶ୍ବ ଆଲୋଚନାଚକ୍ର' କୁ ଉଦଘାଟନ କରିଛନ୍ତି ।

ରାଷ୍ଟ୍ରପତି ମୁର୍ମୁ ନିମନ୍ତ୍ରିତ ଭାରତୀୟ କୃଷକ ମାନଙ୍କୁ ‘ପ୍ଲାଣ୍ଟ ଜେନୋମ ସେଭିୟର କମ୍ୟୁନିଟିଜ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା ସମୁଦାୟ ପୁରସ୍କାର ' , ପ୍ଲାଣ୍ଟ ଜେନୋମ ସେଭିୟର ଫାର୍ମର୍ସ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ପୁରସ୍କାର ' ଏବଂ 'ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ରିକଗ୍ନିସନ' ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ଚିହ୍ନଟ ପୁରସ୍କାର ପୁରସ୍କାର ପ୍ରଦାନ କରିଥିଲେ । ପିପିଭିଏଫଆର ଅଧିନିୟମ, ୨୦୦୧ର ପ୍ରାବଧାନ ଅନୁଯାୟୀ ପିପିଭିଏଫଆର କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ପୁରସ୍କାର ସ୍ଥାପିତ କରାଯାଇଛି । ଏହା ସହିତ ନବନିର୍ମିତ ‘ପ୍ଲାଣ୍ଟ ଅଥରିଟି ଭବନ', ପିପିଭିଏଫଆର କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଓ ଅନଲାଇନ ଉଦ୍ଭିଦର ପ୍ରକାର ପଞ୍ଜୀକରଣ ପୋର୍ଟାଲ'କୁ ଉଦଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ରାଷ୍ଟ୍ରପତି

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ‘‘ସମୃଦ୍ଧ କୃଷି, ସାଂସ୍କୃତିକ ଏବଂ ଜାତିଗତ ବିବିଧତାକୁ ଦୃଷ୍ଟିରେ ରଖି ଭାରତକୁ ଏହି ସମ୍ମାନଜନକ ବୈଠକ ଆୟୋଜନ ପାଇଁ ଯୋଗ୍ୟ ଦେଶ ଭାବରେ ଚୟନ କରିଥିବାରୁ ଆୟୋଜକ ଏଫଏଓ ଏବଂ ଖାଦ୍ୟ ଓ କୃଷି ପାଇଁ ଉଦ୍ଭିଦ ଆନୁବଂଶିକ ସମ୍ବଳ ଉପରେ ଆନ୍ତର୍ଜାତିକ ଚୁକ୍ତି ର ସଚିବାଳୟକୁ ଅଭିନନ୍ଦନ ଜଣାଉଛି ’’। ଭାରତର ସଂସ୍କୃତି ଓ ପରମ୍ପରାରେ ଗଭୀର ଭାବରେ ଜଡିତ ଦର୍ଶନ "ବସୁଧୈବ କୁଟୁମ୍ବକମ" ଭୂମିରେ ପ୍ରତିନିଧି ମାନଙ୍କୁ ସେ ସ୍ବାଗତ କରିଥିଲେ ।

ରାଷ୍ଟ୍ରପତି କହିଛନ୍ତି କୃଷକମାନେ କଠିନ ପରିଶ୍ରମ କରି ଉଦ୍ୟମପୂର୍ବକ ଜମି ପ୍ରଜାତି, ବନ୍ୟ ସମ୍ପର୍କିତ ଏବଂ ପାରମ୍ପରିକ ପ୍ରଜାତିର ଫସଲକୁ ବିକଶିକ କିମ୍ବା ସଂରକ୍ଷିତ କରିଛନ୍ତି ଏବଂ ଆଧୁନିକ ଫସଲ ପ୍ରଜନନ କାର୍ଯ୍ୟକ୍ରମ ଗୁଡିକ ପାଇଁ ଆଧାର ପ୍ରଦାନ କରିଛନ୍ତି । ଯାହା ଦ୍ବାରା ମଣିଷ ଏବଂ ପଶୁଧନ ପାଇଁ ଖାଦ୍ୟ ଓ ପୁଷ୍ଟିକର ନିରାପତ୍ତା ସୁନିଶ୍ଚିତ ହୋଇ ପାରିବ । ଜିଏଫଏସଆର ଆୟୋଜନ କରିବା ଅତ୍ୟନ୍ତ ଉପଯୁକ୍ତ, କାରଣ କୃଷକମାନେ ହେଉଛନ୍ତି ପ୍ରାଥମିକ ଖାଦ୍ୟ ଉତ୍ପାଦକ ତଥା ଅନ୍ନଦାତା । ଖାଦ୍ୟ ଥିଲେ ହିଁ ଶରୀର ଥାଏ ଏବଂ ଯଦି ଶରୀର ଥାଏ ତେବେ ଯେ କୌଣସି କାମ କରି ହୋଇଥାଏ । ସେଥିପାଇଁ କୃଷକ ମାନଙ୍କୁ ପ୍ରଣାମ କରାଯିବା ଦରକାର । ସେମାନଙ୍କ ଅଧିକାର ଏବଂ ଭବିଷ୍ୟତର ସୁରକ୍ଷା କରିବା ଯେଉଛି ଆମର କର୍ତ୍ତବ୍ୟ ।

ସେପ୍ଟେମ୍ବର ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ଜିଏଫଏସଆର ଆୟୋଜିତ ହେଉଛି । ଯେଉଁଥିରେ ୫୯ ଟି ଦେଶରୁ ୭୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି । ଅନ୍ତର୍ଜାତୀୟ ଚୁକ୍ତିର ଜାତୀୟ କେନ୍ଦ୍ର ବିନ୍ଦୁ, ସମଗ୍ର ବିଶ୍ବର କୃଷକ ସଂଗଠନ, ନୀତି ନିର୍ମାତା, ବୈଜ୍ଞାନିକ, ଗବେଷଣା ବିଦ୍ବାନ, ଶିଳ୍ପ ପ୍ରତିନିଧି, ସରକାରୀ ଅଧିକାରୀ, ଆନ୍ତଃସରକାରୀ ଏବଂ ବେସରକାରୀ ସଂଗଠନ, ଆଇନ ବିଶେଷଜ୍ଞ ଏବଂ ନାଗରିକ ସମାଜ ସାମିଲ ହୋଇଥିଲେ ।

ପ୍ରଥମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ହେଉଛି କୃଷକ ଅଧିକାର କାର୍ଯ୍ୟକାରୀ କରିବାରେ ଅଭିନବ ଆଭିମୁଖ୍ୟ, ପ୍ରଭାବଶାଳୀ ନୀତି, ସର୍ବୋତ୍ତମ ଅଭ୍ୟାସ, ଜ୍ଞାନ ଏବଂ ଅଭିଜ୍ଞତା ଆଦାନପ୍ରଦାନ ଉପରେ ଆଲୋଚନା ମାଧ୍ୟମରେ ଚୁକ୍ତିର ଚୁକ୍ତିଭିତ୍ତିକ ପକ୍ଷମାନଙ୍କ ଦ୍ବାରା କୃଷକ ଅଧିକାର କାର୍ଯ୍ୟକାରୀ କରିବାକୁ ସହଜ କରିବା । ବିଶ୍ବସ୍ତରୀୟ ଆଲୋଚନାଚକ୍ର କୃଷକ ମାନଙ୍କୁ କୃଷି ଜୈବ ବିବିଧତାର ସଂରକ୍ଷକ ଏବଂ ବିଶ୍ବ ଖାଦ୍ୟ ନିରାପତ୍ତାର ରକ୍ଷକ ଭାବରେ ସ୍ବୀକୃତି ପ୍ରଦାନ କରିବା ପାଇଁ ଏକ ମଞ୍ଚ ମଧ୍ୟ ପ୍ରଦାନ କରିବ ।

ABOUT THE AUTHOR

...view details