ଓଡିଶା

odisha

ETV Bharat / bharat

ମହୀଶୂରରେ ଦଶହରା ମହୋତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ମୁର୍ମୁ - ରାଷ୍ଟ୍ରପତି ମୁର୍ମୁ

କର୍ଣ୍ଣାଟକ ମହୀଶୂର ସହରରେ ଅନୁଷ୍ଠିତ ଦଶହରା ମହୋତ୍ସବର ଉଦଘାଟନ କରିଛନ୍ତି ଦ୍ରୋପଦୀ ମୁର୍ମୁ । ସେ ଆଜି ରାଜ୍ୟ ଗସ୍ତ କରି ଏହି ଉତ୍ସବର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ମହୀଶୂରରେ ଦଶହରା ମହୋତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ମୁର୍ମୁ
ମହୀଶୂରରେ ଦଶହରା ମହୋତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ମୁର୍ମୁ

By

Published : Sep 26, 2022, 11:03 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂର ସହରର ପ୍ରସିଦ୍ଧ ଦଶହରା ମହୋତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉତ୍ସବ ୧୦ ଦିନ ଚାଲିଥିକୁ ଥିବା ବେଳେ ସୋମବାର ପାରମ୍ପାରିକ ରୀତିନୀତିରେ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ମୁର୍ମୁ ୩ ଦିନିଆ କର୍ଣ୍ଣାଟକ ଗସ୍ତରେ ରହିଥିବା ବେଳେ ଆଜି ଗସ୍ତ କରି ଏହି ଉତ୍ସବର ଉଦଘାଟନ କରିଛନ୍ତି ।

''ନଡା ହବା'' (ରାଜ୍ୟ ମହୋତ୍ସବ) ଭାବରେ ଦଶହରାକୁ ପାଳନ କରାଯାଉଥିବା ବେଳେ ଏହି ଉତ୍ସବଗୁଡିକ ଚଳିତ ବର୍ଷ କର୍ଣ୍ଣାଟକର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରିଛି । ଏହା ସହିତ ରାଜକୀୟ ପରମ୍ପରା ଏବଂ ଗୌରବର ସ୍ମୃତି ଗତ ୨ ବର୍ଷ ପରେ ଉଜ୍ଜୀବିତ ହୋଇଛି । କୋଭିଡ଼ ମହାମାରୀର କଟକଣା ହଟିଥିବା ବେଳେ ଏହି ପର୍ବକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି । ରାଷ୍ଟ୍ରପତି ଭୃଶ୍ଚିକା ଲଗ୍ନ ଅନୁସାରେ ମା' ଚାମୁଣ୍ଡେଶ୍ବରୀଙ୍କୁ ପୁଷ୍ପ ଅର୍ପଣ କରି ଏହି ଉତ୍ସବର ଉଦଘାଟନ କରିଛନ୍ତି ।

ଏହା ବି ପଢନ୍ତୁ- ଆଜିଠୁ ରାଷ୍ଟ୍ରପତିଙ୍କ 3 ଦିନିଆ କର୍ଣ୍ଣାଟକ ଗସ୍ତ, ଦଶହରା ମହୋତ୍ସବର କରିବେ ଶୁଭାରମ୍ଭ

ଉଦଘାଟନୀ ସମୟରେ ପଣ୍ଡିତ ମାନେ ବୈଦିକ ମନ୍ତ୍ର ଉଚ୍ଚାରଣ କରୁଥିବା ଦେଖିବାକୁ ମିଳିଥିଲା । ପର୍ବତ ଶିଖରରେ ଥିବା ଚାମୁଣ୍ଡେଶ୍ବରୀ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଭାବେ ମହୀଶୂର ଦଶହରା ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଉଦଘାଟନ ସମୟରେ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସାଭରାଜ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଶୋଭା କରନଦଲାଜେ ଓ ଅନେକ ମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ମା' ଚାମୁଣ୍ଡେଶ୍ବରୀ ଦେବୀ ନଡା ଦେଭାତେ ନାମରେ ସ୍ଥାନୀୟ ଅଞ୍ଚଳରେ ପୂଜା ପାଇଥାନ୍ତି । ରାଷ୍ଟ୍ରପତି ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି କୌଣସି ରାଜ୍ୟକୁ ଗସ୍ତ କରିଛନ୍ତି । ଏହି ୧୦ ଦିନିଆ ମହୋତ୍ସବ ପ୍ରତିବର୍ଷ ପାଳନ ହେଉଥିବା ବେଳେ କର୍ଣ୍ଣାଟକର ସଂସ୍କୃତି ଓ ଐତିହ୍ୟର ଝଲକ ଦେଖାଇଥାଏ । ଏଥିରେ ପର୍ଯ୍ୟଟକ ମାନେ ମଧ୍ୟ ଅଂଶଗ୍ରହଣ କରନ୍ତି ।

ABOUT THE AUTHOR

...view details