ନୂଆଦିଲ୍ଲୀ: ଉଦ୍ଘାଟିତ ହେଲା ଉଦ୍ୟାନ ଉତ୍ସବ-୨୦୨୩ । ଉଦ୍ୟାନ ଉତ୍ସବ-୨୦୨୩କୁ ଉଦ୍ଘାଟନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଅମୃତ ଉଦ୍ୟାନକୁ ଜନ ଜନସାଧାରଣଙ୍କ ପାଇଁ ଖୋଲିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନର ନାଁ ବଦଳାଇ ଅମୃତ ଉଦ୍ୟାନ ରଖାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନର ନାଁ ଅମୃତ ଉଦ୍ୟାନ ରଖାଯାଇଛି। ଆସନ୍ତା ୩୧ ତାରିଖରୁ ଜନସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ । ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଖୋଲା ରହିବ ।
ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିବା ବେଳେ, ଏହାର ପ୍ରବେଶ ମୂଲ୍ୟ ସମ୍ପୂର୍ଣ୍ଣ ଭାବେ ମାଗଣା ଥିବା ରାଷ୍ଟ୍ରପତି କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ ଗେର୍ଟ ନଂ-୩୫ ଦେଇ ଜନସାଧାରଣ ଅମୃତ ଉଦ୍ୟାନକୁ ପ୍ରବେଶ କରିପାରିବେ । ଦିନ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ।ଏହି ଗାର୍ଡେନରେ ବୁଲିବା ପାଇଁ ଅନ ଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ । ରକ୍ଷଣାବେକ୍ଷଣ ପାଇଁ ପ୍ରତି ସୋମବାର ବନ୍ଦ ରହିବ । ସେହିପରି ହୋଲି ପାଇଁ ମାର୍ଚ୍ଚ ୮ ତାରିଖରେ ବନ୍ଦ ରହିବ। ଅନ୍ୟପଟେ ମାର୍ଚ୍ଚ ୨୮ରେ ସ୍ୱତନ୍ତ୍ର ଭାବେ ଚାଷୀଙ୍କ ପାଇଁ ଖୋଲା ରହିବ ଉଦ୍ୟାନ। ମାର୍ଚ୍ଚ ୨୯ରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମାର୍ଚ୍ଚ ୩୦ରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଲା ରହିବ ଗାର୍ଡେନ ।