ଓଡିଶା

odisha

By ETV Bharat Odisha Team

Published : Sep 29, 2023, 5:38 PM IST

Updated : Sep 29, 2023, 6:19 PM IST

ETV Bharat / bharat

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ମଞ୍ଜୁରୀ, ଆଇନରେ ହେଲା ପରିଣତ

ମହିଳା ସଂରକ୍ଷଣ ବିଲ୍‌କୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu

ନୂଆଦିଲ୍ଲୀ:ମହିଳା ସଂରକ୍ଷଣ ବିଲ୍‌କୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହି ବିଲ୍‌ ବା ନାରୀ ଶକ୍ତି ବନ୍ଦନା ଅଧିନିୟମ ଏବେ ଆଇନରେ ପରିଣତ ହୋଇଛି । କିଛି ଦିନ ତଳେ ଏହି ବିଲ୍‌ ଉଭୟ ସଦନରେ ପାରିତ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଭାରତ ସରକାରଙ୍କ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏଥିରେ ଲେଖାଯାଇଛି, "ମହିଳା ସଂରକ୍ଷଣ ବିଲ୍‌ ଯାହାକି ଏବେ ଆଇନରେ ପରିଣତ ହୋଇଛି । ଏହି ଆଇନ ଦ୍ବାରା ମହିଳାଙ୍କ ଲାଗି ଉଭୟ ଲୋକସଭା ଓ ବିଧାନସଭାରେ 33 ପ୍ରତିଶତ ସିଟ୍‌ ସଂରକ୍ଷଣ ରଖାଯିବ ।"

ଗତ 20 ତାରିଖରେ ପ୍ରଥମେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲା । ଭୋଟିଂ ମାଧ୍ୟମରେ ପାରିତ ଏହି ବିଲ୍‌ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡିଥିଲା । 19 ତାରିଖରେ ନିମ୍ନ ସଦନରେ ବିଲ୍‌ ଆଗତ ହେବା ପରେ 20 ତାରିଖରେ ଦିନ ତମାମ ବିଲ୍‌କୁ ନେଇ ଚର୍ଚ୍ଚା ହେଇଥିଲା । ସଂଧ୍ୟାରେ ବାଚସ୍ପତି ଓମ ବିର୍ଲା ଭୋଟିଂ ପାଇଁ ଆହ୍ବାନ କରିଥିଲେ ।

ଏହା ବି ପଢନ୍ତୁ- Women's Reservation Bill: ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

ସେହିପରି 21 ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା ଏହି ବିଲ୍‌ । ସେହି ଦିନ ପୂର୍ବାହ୍ନରେ ଆଗତ ହୋଇ ପରେ ଦିନ ତମାମ ଚର୍ଚ୍ଚା ପରେ ରାତିରେ ଭୋଟିଂ ମାଧ୍ୟମରେ ଏହି ବିଲ୍‌ ଉଚ୍ଚ ସଦନରେ ପାରିତ ହୋଇଥିଲା । ବିଲ‌୍‌ ସପକ୍ଷରେ ମୋଟ 215 ସଦସ୍ୟ ମତଦାନ କରିଥିବା ବେଳେ ବିଲ୍‌ ବିପକ୍ଷରେ କୌଣସି ଭୋଟ ପଡିନଥିଲା । ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ଉଚ୍ଚ ସଦନ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲା ।

ଏହା ବି ପଢନ୍ତୁ- Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

ସୂଚନା ଥାଉ କି ଏହି ବିଲ୍‌ ଉଭୟ ସଦନରେ ପାରିତ ହେଲେ ସୁଦ୍ଧା ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃନିର୍ଦ୍ଧାରିତ ହେବ । ତେଣୁ 2024 ସାଧାରଣ ନିର୍ବାଚନରେ ଏହି ଆଇନର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନାହିଁ । ଯାହାକୁ ବିରୋଧୀମାନେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହିତ ତୁରନ୍ତ ଜନଗଣନା ଲାଗି ମଧ୍ୟ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2023, 6:19 PM IST

ABOUT THE AUTHOR

...view details