ନୂଆଦିଲ୍ଲୀ:ପରିବର୍ତ୍ତନ ହୋଇଛି ଭାରତୀୟ ନୌସେନାର ଧ୍ବଜା । ନୌସେନାର ନୂଆ ଧ୍ବଜା ଡିଜାଇନକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu approves new design of Navys flag )। ଏନେଇ ନୌସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଡିସେମ୍ବର ୪ ତାରିଖରେ ବିଶାଖାପାଟନମରେ ନୌସେନା ଦିବସରେ ଏହାକୁ ଉନ୍ମୋଚିତ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଔପନିବେଶକ ଅତୀତକୁ ପଛରେ ଛାଡିବା ପାଇଁ ଜାରି ରହିଥିବା ଜାତୀୟ ଉଦ୍ୟମ ଅନୁଯାୟୀ ଇତିହାସରୁ ପ୍ରେରଣା ନେଇ ଏକ ନୂତନ ଡିଜାଇନ୍ ସୃଷ୍ଟି କରାଯାଇଥିଲା ।
ଗତ ଡିସେମ୍ବର ୨ ତାରିଖରେ କେରଳର କୋଚିରେ ନୌସେନାକୁ ପ୍ରଥମ ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତ ସମର୍ପଣ ସମାରୋହରେ ମିଳିଥିଲା ନୂଆ ଧ୍ବଜା । ବର୍ଷ ବର୍ଷର ଗୁଲାମୀର ଚିହ୍ନ ହଟିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ନୌସେନାର ଧ୍ବଜାରେ, ଲାଲ୍ କ୍ରସ ସ୍ଥାନ ପାଇଥିଲା । ହ୍ରାଇଟ୍ ବ୍ୟାକଗ୍ରାଉଣ୍ଡରେ ଲାଲ୍ କ୍ରସ ରହିଥିଲା ଏବଂ ଲେଫ୍ଟ କର୍ନରରେ ତ୍ରିରଙ୍ଗା ସ୍ଥାନ ପାଇଥିଲା । ସ୍ବାଧୀନତା ପରେ ଭାରତୀୟ ନୌସେନାର ଧ୍ବଜାରେ ବ୍ରିଟିସ୍ ଅମଳର ଧ୍ବଜା ଏବଂ ବ୍ୟାଜ ବ୍ୟବହୃତ ହେଉଥିଲା (British colonial flags and badges) ।