ଓଡିଶା

odisha

77ତମ ସ୍ବାଧୀନତା ଦିବସ ପାଳୁଛି ଦେଶ, ଦେଶବାସୀଙ୍କୁ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

By

Published : Aug 15, 2023, 8:09 AM IST

Updated : Aug 15, 2023, 8:26 AM IST

ଦେଶ ପାଳୁଛି 77ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଦେଶବାସୀଙ୍କୁ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ସ୍ବାଧୀନତା ଦିବସ ଶୁଭେଚ୍ଛା

ନୂଆଦିଲ୍ଲୀ: ଦୀର୍ଘ 200 ବର୍ଷ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା । ସ୍ବାଧୀନତା ସଂଗ୍ରାମୀ ଓ କୋଟି କୋଟି ଦେଶପ୍ରେମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସ ବଳରେ ଇଂରେଜଙ୍କ କବଳରୁ ଦେଶ ମୁକ୍ତ ହୋଇଥିଲା । ଭାରତ ମାଟିକୁ ଗୋରାଙ୍କ କବଳରୁ ମୁକ୍ତ କରିବାର ସ୍ବପ୍ନ ସାକାର ହୋଇଥିଲା । ଭାରତ ଇତିହାସରେ ଏହି ଦିନକୁ ସାରା ଦେଶରେ ସବୁ ବର୍ଗର ଲୋକେ ଧୁମଧାମରେ ପାଳନ କରନ୍ତି । ଚଳିତ ବର୍ଷ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢନ୍ତୁ...ଜାତି, ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ, ଦେଶର ମହିଳା ସବୁ ଚ୍ୟାଲେଞ୍ଜ ସାମ୍ନା କରନ୍ତୁ: ରାଷ୍ଟ୍ରପତି

77ତମ ସ୍ବାଧୀନତା ଦିବସରରେ 140 କୋଟି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରେଷ୍ଠ ଭାରତ ତିଆରି କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେହିପରି ଦେଶବାସୀଙ୍କୁ 77ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା । ଆସନ୍ତୁ ଏହି ଐତିହାସିକ ଅବସରରେ ଅମୃତକାଳରେ ବିକଶିତ ଭାରତର ସଂକଳ୍ପ ନେବା । ଜୟ ହିନ୍ଦ ।''

77ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ''ପବିତ୍ର ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଆସନ୍ତୁ ଏକ ନୂଆ ଓଡିଶା, ରୂପାନ୍ତରିତ ଓଡିଶା ଗଠନ ଦିଗରେ ସମସ୍ତ ସଂକଳ୍ପବଦ୍ଧ ହୋଇ କାମ କରିବା । ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆସନ୍ତୁ ସଂକଳ୍ପବଦ୍ଧ ହେବା । ''

77ତମ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେ କହିଛନ୍ତି, ''ପବିତ୍ର ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତ ମିଳିମିଶି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଉଛି ।''

ଏହା ବି ପଢନ୍ତୁ...77th I-Day celebrations: ସୁରକ୍ଷା ବଳୟରେ ସମଗ୍ର ଦିଲ୍ଲୀ, 40 ହଜାର ଯବାନ ନିୟୋଜିତ, ଜଗିଛି ଆଣ୍ଟି ଡ୍ରୋନ ରାଡାର

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 77ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ସେ କହିଛନ୍ତି, "ସମସ୍ତ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା । ଦେଶର ସ୍ବାଧୀନତାରେ ଯୋଗଦାନ ଦେଇଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ । ଏହି ଦିନ ଆମ ସ୍ବତନ୍ତ୍ରତାର ଯଜ୍ଞରେ ନିଜକୁ ସାମିଲ କରି ଅମର ଆତ୍ମାଙ୍କ ସ୍ବପ୍ନର ସ୍ବର୍ଣ୍ଣିମ ଭାରତର ନିର୍ମାଣ ପ୍ରତି ଆମର କର୍ତ୍ତବ୍ୟର ସ୍ମରଣ କରିଥାଏ । ସ୍ବାଧୀନତାର ଅମୃତକାଳର ଆମ ରାଷ୍ଟ୍ରର ଏକତା ଏବଂ ସମୃଦ୍ଧିର ନିଜର ଯୋଗଦାନ କରିବାକୁ ସଂକଳ୍ପ ନେବା ।"

ସେହିପରି ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "77ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଜୟ ହିନ୍ଦ୍ ।"

Last Updated : Aug 15, 2023, 8:26 AM IST

ABOUT THE AUTHOR

...view details