ଓଡିଶା

odisha

ETV Bharat / bharat

ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ: ରାଷ୍ଟ୍ରପତି - ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ

ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟ ଉଚ୍ଚ ଶିକ୍ଷା 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସର୍ବଦା ସତ୍ୟ ଓ ଧର୍ମର ଆଚରଣ କରିବାକୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President Droupadi Murmu at convocation
President Droupadi Murmu

By ETV Bharat Odisha Team

Published : Nov 23, 2023, 9:47 AM IST

ଅମରାବତୀ:ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ସମାଧିଙ୍କ ଦର୍ଶନ ମିଳିଥିବାରୁ ମୁଁ ଭାଗ୍ୟଶାଳୀ ମନେ କରୁଛି । ପ୍ରଶାନ୍ତି ନିଳୟମର ଏହି ପବିତ୍ର ସ୍ଥାନକୁ ଆସି ମୁଁ ନିଜକୁ ସୌଭଗ୍ୟ ମନେ କରୁଛି । ମୋର ପ୍ରିୟ ବିଦ୍ୟାର୍ଥୀଙ୍କୁ ଅନେକ ଅନେକ ଶୁଭକାମନା । ତୁମେ ସଦା ସତ୍ୟ କୁହ ଧର୍ମର ଆଚରଣ କର । ସତ୍ୟର ନିରନ୍ତର ସନ୍ଧାନ ଓ ସେଥିରେ ଅଟଳ ରହିବା ଆଦର୍ଶକୁ ଆମ ସଂସ୍କୃତିରେ ସର୍ବଦା ପ୍ରାଥମିକ ଦିଆଯାଇଛି । ମୋର ନିଜର ଅନୁଭବ ଅଛି ଜୀବନ ଏବଂ ନୈତିକତାର ଶିକ୍ଷା ଦେବା ହିଁ ବାସ୍ତବିକ ଶିକ୍ଷା । ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ । ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହା ବି ପଢନ୍ତୁ...ଆଧ୍ୟାତ୍ମିକ ଉନ୍ନତି ପାଇଁ ଆତ୍ମାକୁ ଶିକ୍ଷିତ କରିବା ଦରକାର: ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ କହିଛନ୍ତି, ଶ୍ରୀ ସତ୍ୟସାଇଙ୍କ ନାମରେ ହିଁ ସତ୍ୟର ସମାବେଶ ରହିଛି । ମୋର ପ୍ରିୟ ବିଦ୍ୟାର୍ଥୀ ଆଧ୍ୟାତ୍ମିକତା ବିଶ୍ବ ସମୂଦାୟକୁ ଅମୂଲ୍ୟ ଭେଟ । ସତ୍ୟସାଇଙ୍କ ଆର୍ଶୀବାଦରେ କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ମୋର ଅନୁଭବ ରହିଛି ଜୀବନ ମୂଲ୍ୟ ଓ ନୈତିକତାର ଶକ୍ଷି ହିଁ ବାସ୍ତବ ଶିକ୍ଷା । ଯେମିତି ଘର ତିଆରି ପାଇଁ ମୂଳଦୁଆ ମଜଭୁତ ହେବ ଦରକାର ସେହିପରି ଜୀବନ ନିର୍ମାଣ ପାଇଁ ନୈତିକତା ଆଧାରଶୀଳ ହେବା ଦରକାର । ସତ୍ୟା, ଶାନ୍ତି, ସଦାଚାର, ସ୍ନେହ ଓ ଅହିଂସାର ଜୀବନ ମୂଲ୍ୟକୁ ପ୍ରତି ବିଦ୍ୟାର୍ଥୀ ତାଙ୍କ ଜୀବନର ସଞ୍ଚାରିତ କରିବା ଆଧ୍ୟାତ୍ମିତ ଶିକ୍ଷାର ପ୍ରମୁଖ ଲକ୍ଷ୍ୟ । ଭାରତୀୟ ପରମ୍ପରାରେ ଏକ ମହାନ କଥା ରହିଛି । ବାସ୍ତବିକ ଶିକ୍ଷା ତାହା ଯାହା ମୁକ୍ତି ପ୍ରଦାନ କରେ । ଅଜ୍ଞାନ, କ୍ରୋଧ, ଅହଂକାର, ଲୋଭ, ମୋହରୁ ମୁକ୍ତି ହିଁ ବିଦ୍ୟାର ବାସ୍ତବିକ ପରିମାଣ । ଏହି ସତ୍ୟାସାଇ ଉଚ୍ଚଶିକ୍ଷା ଏକ ବିଦ୍ୟା ମନ୍ଦିର ।''

ରାଷ୍ଟ୍ରପତି ଆହୁରି କହିଛନ୍ତି, ''ତୁମେ ସମସ୍ତେ ସାଂସାରିକ ଓ ସମାଜିକ ଦାୟିତ୍ବ ସହ ନୈତିକ ଓ ଆଧ୍ୟାତ୍ମିକର ଉକ୍ତୃଷ୍ଟ ଉଦାହରଣ ପ୍ରସ୍ତୁତ କର । ମୋତେ ବିଶ୍ବାସ ଅଛି ତୁମେ ସମସ୍ତେ ବିଦ୍ୟାର୍ଥୀ ସବୁ କ୍ଷେତ୍ରରେ ସଫଳ ହେବ । ଆତ୍ମବିଦ୍ୟା, ଆତ୍ମ ବିଶ୍ବାସ ଓ ଆତ୍ମସନ୍ତୋଷ, ଆତ୍ମଜ୍ଞାନ ପ୍ରାପ୍ତିକୁ ତୁମେ ଶିକ୍ଷାର ମାନ୍ୟତା ଦେଇଛ । ଭାରତୀୟ ସମାଜ ଓ ଆଧ୍ୟାତ୍ମିକ ପରମ୍ପରାରେ ମହିଳା ତଥା ଶକ୍ତିର ଅବଧାରଣାକୁ ବିଶେଷ ସ୍ଥାନ ସମ୍ମାନ ଦିଆଯାଇଛି । ସବୁକ୍ଷେତ୍ରରେ ମହିଳା ଆଗରେ । ମହିଳାଙ୍କ ପ୍ରଭାବଶାଳୀ ପରିଚୟ ସୃଷ୍ଟି ହୋଇଛି । ମୁଁ ସତ୍ୟ ସାଇ ସଂସ୍ଥାନର ଶିକ୍ଷା ପ୍ରତି ପ୍ରଭାବିତ ହୋଇଛି ।''

ଏହା ବି ପଢନ୍ତୁ...ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

ଓଡିଶାରୁ ଗତକାଲି (ବୁଧବାର) ଆନ୍ଧ୍ରପ୍ରଦେଶ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଶାନ୍ତି ନିଳୟମଠାରେ ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ପବିତ୍ର ସମାଧିରେ ଭକ୍ତି ସୁମନ ଅର୍ପଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ପୁଟ୍ଟପର୍ତ୍ତୀରେ ଶ୍ରୀ ସତ୍ୟସାଇ ଇଷ୍ଟିଚ୍ୟୁଟର 42ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।

ABOUT THE AUTHOR

...view details