ରାଞ୍ଚି:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାଡ଼ଖଣ୍ଡ ଗସ୍ତ (President Draupadi Murmu Jharkhand Visit)କୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ମୋରହାବାଦୀ ମୈଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ପ୍ରତିଷ୍ଠା ଦିବସରେ ଯୋଗଦେବେ ନାହିଁ (President will not attend Jharkhand Foundation Day celebration) । କିନ୍ତୁ ପୂର୍ବ ଯୋଜନା ଅନୁସାରେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା ।
ପୂର୍ବ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ରାଷ୍ଟ୍ରପତି (President Draupadi Murmu) ଆସନ୍ତାକାଲି ତଥା ୧୪ ତାରିଖରେ ଦେବଘରରେ ଥିବା ବାବା ମନ୍ଦିରରେ ପୂଜା କରିବା ପରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥାନ୍ତେ । ଏହାପରେ ରାଜଭବନରେ ରାତ୍ରିଯାପନ କରିବା ସହିତ ରାଜ୍ୟର ପ୍ରମୁଖ ରାଜନେତାଙ୍କ ସହିତ ରାତ୍ରିଭୋଜନ ମଧ୍ୟ କରିଥାନ୍ତେ । ମାତ୍ର ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ୧୫ ତାରିଖରେ ରାଞ୍ଚି ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ (Freedom Fighter Birsa Munda) ଜନ୍ମସ୍ଥଳୀ ଉଲିହାତୁକୁ ଯାତ୍ରା କରିବେ ।