ଓଡିଶା

odisha

By

Published : Feb 24, 2022, 9:50 PM IST

ETV Bharat / bharat

President Biden in War room: ୟୁକ୍ରେନ ସଙ୍କଟ ନେଇ ବାଇଡେନଙ୍କ ଜରୁରୀ ସମୀକ୍ଷା

Situation Room ଜରୁରୀ ବୈଠକ ଜାରି ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଅଧିକ ପଢନ୍ତୁ

President Biden in War room: ୟୁକ୍ରେନ ଯୁଦ୍ଧ ନେଇ ବାଇଡେନଙ୍କ ଜରୁରୀ ସମୀକ୍ଷା
President Biden in War room: ୟୁକ୍ରେନ ଯୁଦ୍ଧ ନେଇ ବାଇଡେନଙ୍କ ଜରୁରୀ ସମୀକ୍ଷା

ଓ୍ବାଶିଂଟନ:ଋଷର ଆକ୍ରମଣ ଓ ୟୁକ୍ରେନରେ ଜାରି ରହିଥିବା ଧ୍ବଂସଳୀଳା ଉପରେ ଏବେ ବିଶ୍ବ ସମୂଦାୟ ନଜର ରଖିଥିବା ବେଳେ ପ୍ରାରମ୍ଭରୁ ୟୁକ୍ରେନକୁ ଋଷ ବିରୋଧରେ ବଳ ଯୋଗାଇ ଆସୁଥିବା ଆମେରିକାର ଆଭିମୁଖ୍ୟକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଥିବା ଯୁଦ୍ଧ ପ୍ରକୋଷ୍ଠ (Situation Room)ରେ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବାଇଡେନ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ସମୀକ୍ଷା ବୈଠକ ପରେ ଆମେରିକା ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିପାରେ ।

ଋଷର ୟୁକ୍ରେନ ଆକ୍ରମଣ ଆନ୍ତର୍ଜାତୀୟ ନିୟମର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ଏହାକୁ ନିନ୍ଦା କରିବା ସହ ଏପରି ସମୟରେ ୟୁକ୍ରେନକୁ କିପରି ସହାୟତା ପ୍ରଦାନ କରାଯାଇ ପାରିବ ତାକୁ ନେଇ ରାଷ୍ଟ୍ରପତି ବାଇଡେନ ସମୀକ୍ଷା କରିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି । ତେବେ ବିଶ୍ବର ପ୍ରମୁଖ କୌଣସି ସଙ୍କଟ ତଥା ଯୁଦ୍ଧ ପରିସ୍ଥିତି ଦେଖାଗଲେ ଓ୍ବାରରୁମରେ ଆମେରିକା ରାଷ୍ଟ୍ରପତି ସ୍ଥିତି ସମୀକ୍ଷା କରିବା ସହ କୌଣସି ସର୍ବୋଚ୍ଚ ନିଷ୍ପତ୍ତି ନେବାର ନଜିର ମଧ୍ୟ ରହିଛି ।

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ଅନ୍ୟ ଏକ ପ୍ରମୁଖ କାରଣ ଆମେରିକା ବୋଲି କୂଟନୈତିଜ୍ଞମାନେ ମତ ଦିଅନ୍ତି । ବର୍ତ୍ତମାନ ୟୁକ୍ରେନରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା କଣ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ବିଶ୍ବବାସୀ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details