ଓଡିଶା

odisha

ETV Bharat / bharat

ଜଷ୍ଟିସ ଦୀପଙ୍କର ଦତ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି - ଜଷ୍ଟିିସ ଦୀପଙ୍କର ଦତ୍ତ

ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିିସ ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଥିବା ନ୍ୟାୟିକ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଜଷ୍ଟିସ ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି
ଜଷ୍ଟିସ ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି

By

Published : Dec 12, 2022, 9:45 AM IST

ନୂଆଦିଲ୍ଲୀ:ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିିସ ଦୀପଙ୍କର ଦତ୍ତ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଥିବା ନ୍ୟାୟିକ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି (ସୋମବାର) 57 ବର୍ଷୀୟ ଜଷ୍ଟିିସ ଦୀପଙ୍କର ଦତ୍ତ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟ କରି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି,‘‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ମୁଁ ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।''

ସୂଚନାଅନୁସାରେ ଚଳିତବର୍ଷ ସେପ୍ଟେମ୍ବର 26ରେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କ ନେତୃତ୍ବଧୀନ ସୁପ୍ରିମକୋର୍ଟ କଲେଜିୟନ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ । ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା 28କୁ ବୃଦ୍ଧି ପାଇବ । 2030 ଫେବୃଆରୀ 8 ଯାଏ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ କାର୍ଯ୍ୟକାଳ ରହିବ ।

ଜଷ୍ଟିିସ ଦୀପଙ୍କର ଦତ୍ତଙ୍କ ବିଷୟରେ...

1965 ମସିହା ଫେବୃଆରୀରେ ଜନ୍ମ ଗ୍ରହଣ କରିଥଲେ ଜଷ୍ଟିସ ଦୀପଙ୍କର ଦତ୍ତ । ତାଙ୍କ ପିତା ସଳୀଲ କୁମାର ଦତ୍ତ କୋଲକାତା ହାଇକୋର୍ଟର ବିଚାରପତିଥିଲେ । 1989ରେ କୋଲକାତା ୟୁନିଭରସିଟିକୁ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ ଜଷ୍ଟିସ ଦୀପଙ୍କର ଦତ୍ତ । 1989 ନଭେମ୍ବର 16ରେ ଆଡଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । 2002 ମଇ 16ରୁ 2004 ଜାନୁଆରୀ 16 ଯାଏଁ ଜୁନିୟର ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ 2006ରେ କୋଲକାତା ହାଇକୋର୍ଟରେ ବିଚାରପତି ହୋଇଥିଲେ । ଏହାପରେ 2020ରେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ହୋଇଥିଲେ ।

ABOUT THE AUTHOR

...view details