ରାଞ୍ଚି: କର୍ମା ପୂଜା ସାରି ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ୭ ଶିଶୁକନ୍ୟା ପୋଖରୀରେ ବୁଡି ଯିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
ଏପରି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକବ୍ୟକ୍ତ କରିବା ସହ ଏପରି ଦୁଃସମୟରେ ଶୋକସନ୍ତପ୍ତ ପରିବାରକୁ ସମେବେଦନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
ଘଟଣା ଅନୁସାରେ, ଝାଡଖଣ୍ଡର ବାଲୁମାଥ ଥାନା କ୍ଷେତ୍ର ମନନଡୀହ ଗାଁରେ କର୍ମା ପୂଜା ଆୟୋଜନ ହୋଇଥିଲା । ପୂଜା ସରିବା ପରେ ଆଜି (ଶନିବାର) ପୋଖରୀକୁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ ୭ ଜଣ ଶିଶୁ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।
ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପରି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ