ଓଡିଶା

odisha

ETV Bharat / bharat

Krishna Janmashtami: ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ଜନ୍ମାଷ୍ଟମୀ

ଆଜି ନଟଖଟ ନନ୍ଦଲାଲ କଳା କହ୍ନେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଅଧିକ ପଢନ୍ତୁ

president and pm modi greets people on janmashtami
president and pm modi greets people on janmashtami

By ETV Bharat Odisha Team

Published : Sep 7, 2023, 10:22 AM IST

Updated : Sep 7, 2023, 12:17 PM IST

ନୂଆଦିଲ୍ଲୀ:ଓଡିଶାରେ ଆଜି ନନ୍ଦ ଉତ୍ସବ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । କିନ୍ତୁ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । କୃଷ୍ଣଙ୍କ ନାମରେ ଗୁଞ୍ଜରିତ ହେଉଛି ଗଗନ ପବନ । ନଟଖଟ ନନ୍ଦଲାଲ କଳା କହ୍ନେଇ ଭଗବାନ ଶ୍ରୀକୃଷ୍ଣଙ୍କର ଆଜି ଜନ୍ମଦିନ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି କହିଛନ୍ତି ଯେ, ପବିତ୍ର ଜନ୍ମାଷ୍ଟମୀରେ ଅବସରରେ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟକୁ ବୁଝିବା ତାକୁ କାର୍ଯ୍ୟରେ ଲଗାଇ ନିସ୍ବାର୍ଥପର ସେବା କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଭଗବାନ କୃଷ୍ଣ ମାନବଜାତିକୁ ସର୍ବଦା ଧର୍ମ ମାର୍ଗରେ ଚାଲିବାକୁ ବାର୍ତ୍ତା ଦେଇଛନ୍ତି । ଏହି ଶୁଭ ଅବସରରେ ସମସ୍ତେ ଆଗକୁ ବଢିବା ଏବଂ ଦେଶକୁ ସମୃଦ୍ଧ କରିବା ।

ଏନେଇ ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ, ଜନ୍ମାଷ୍ଟମୀ ଅବସରରେ ମୁଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବରେ ଦେଶବାସୀଙ୍କ ଜୀବନରେ ଶକ୍ତି ଏବଂ ଉତ୍ସାହ ଆଣୁ, ଏହା ମୋର କାମନା । ଜୟ ଶ୍ରୀକ୍ରିଷ୍ଣା ।

ଏହା ମଧ୍ୟ ପଢନ୍ତୁ-Shri Krishna Janmashtami: ବିହାରରେ ଜନ୍ମ ହେଲେ 500 ଶିଶୁ, ନାମ ରଖାଗଲା କାହ୍ନା ଓ ରାଧା

ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଧରାପୃଷ୍ଠରେ ପାପୀଙ୍କର ଯେବେ ପ୍ରାର୍ଦୁଭାବ ବଢିଥାଏ ସେବେ ଭଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଏନେଇ ସବୁଠି ଆନନ୍ଦ ଉଲ୍ଲାସ । କୃଷ୍ଣ ଜନ୍ମୋତ୍ସବ ନେଇ ସବୁଠି ସ୍ବତନ୍ତ୍ର ସମାରୋହ ସାଜସଜା ହୋଇଛି । ଗତକାଲି ଦେଶର କିଛି ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।

ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣଙ୍କ ଜନ୍ମ ହୋଇଥିଲା । କଂସ ଦ୍ବାରା ବନ୍ଦୀ ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ କୃଷ୍ଣ ଜନ୍ମ ହୋଇଥିଲେ । ବନ୍ଦୀଶାଳାର ସବୁ ପ୍ରହରୀ ଅଚେତ ହୋଇଥିଲେ । ସେହି ଶୁଭ ମୁହୂର୍ତ୍ତରେ ପ୍ରଭୁ ଶ୍ରୀ କୃଷ୍ଣ ମାଆ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇ ଧରାଧାମରୁ ପାପ ବିନାଶ କରି ଧର୍ମ ସ୍ଥାପନା କରିଥିଲେ ।

Last Updated : Sep 7, 2023, 12:17 PM IST

ABOUT THE AUTHOR

...view details