ନୂଆଦିଲ୍ଲୀ:ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ପାଳୁଛି ଦେଶ । ଚଳ ଚଞ୍ଚଳ ହୋଇ ଉଠିଛି ସମସ୍ତ ରାମ ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଏହି ପବିତ୍ର ଦିନ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।
ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନ ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ଉଚ୍ଚ ଆଦର୍ଶ ସମଗ୍ର ମାନବତା ପାଇଁ ମାର୍ଗଦର୍ଶନ ଓ ପ୍ରେରଣାର ସୁତ୍ର ହେବ । ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଜୀବନରେ ପ୍ରୟୋଗ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନର ସଂକଳ୍ପ ନେବକୁ କହିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି ଭଗବାନ ଶ୍ରୀରାମଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ।