ଓଡିଶା

odisha

ETV Bharat / bharat

Nuakhai 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ - ରାଷ୍ଟ୍ରପତିଙ୍କ ନୂଆଁଖାଇ ଶୁଭେଚ୍ଛା

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Nuakhai 2023
Nuakhai wish

By ETV Bharat Odisha Team

Published : Sep 20, 2023, 10:36 AM IST

ନୂଆଦିଲ୍ଲୀ: ଭାବର ସମର୍ପଣର ତିହାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । ରାଗ ରୁଷା ଭୁଲି ଏକାତର ପର୍ବ ପାଳୁଛନ୍ତି ପଶ୍ଚିମ ଓଡିଶାବାସୀ । ଚାଷ ଚାଷୀ ଓ ପ୍ରକୃତିର ପର୍ବ ନୂଆଁଖାଇ । ଏ ନେଇ ଉଠୁଛି ପଡୁଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଁଖାଇର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଲେଖିଛନ୍ତି, ''କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା । ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ବ ଓ ପାରସ୍ପରିକ ସୌହାର୍ଦ୍ଦର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ।''

ଏହା ବି ପଢନ୍ତୁ...ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, '' କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।''

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ ଶୁଭେଚ୍ଛା ଜଣାଇ କହିଛନ୍ତି, ''ଆମର ମହାନ ପର୍ବ ନୂଆଁଖାଇ ଆଜି ପାଳନ ହେଉଛି । ଏନେଇ ମାଆ ଭାଉଣୀ ଦାଦା ଭାଇଙ୍କୁ ମୋର ନୂଆଁଖାଇ ଜୁହାର । ଆପଣଙ୍କର ଜୀବନରେ ସୁଖ, ଶାନ୍ତି ଆଉ ସମୃଦ୍ଧି ଲାଗି ମୁଁ ପ୍ରାର୍ଥନା କରୁଛି ।'' ସମ୍ବଲପୁରୀ ଭାଷାରେ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ...ବାଲୁକା ଚିତ୍ରକଳାରେ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ

କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଖୁବ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଛି । ଖାଲି ପଶ୍ଚିମ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରିଥାଆନ୍ତି । ନୂଆ ଚାଉଳରୁ ପ୍ରସ୍ତୁତ ଖିରୀ, ପିଠା ଏବଂ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ବାଉଁଶ କରଡିରେ ତିଆରି ଆମ୍ବୁଲ ଖଟା ଆଦି ଅନେକ ଖାଦ୍ୟର ସମ୍ଭାରକୁ ଶାଳପତ୍ରରେ ତିଆରି ଖଲି ଓ ଦନାରେ ପରଷା ଯାଏ ।

ABOUT THE AUTHOR

...view details