ଓଡିଶା

odisha

By

Published : Apr 18, 2022, 10:44 PM IST

ETV Bharat / bharat

Satellite Phones Active In J&K: ଚିନ୍ତାରେ ସୁରକ୍ଷା ଏଜେନ୍ସି, ବଢିଲା ଆତଙ୍କୀ ନିରୋଧୀ ଚ୍ୟାଲେଞ୍ଜ

ଜମ୍ମୁ ଏବଂ କାଶ୍ମୀର ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତାରେ ସୁରକ୍ଷାବାହିନୀ । ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏବେ ସାଟେଲାଇଟ ଫୋନର ବ୍ୟବହାର ବଡ ଚିନ୍ତାର କାରଣ ପାଲିଟିଛି । ତେବେ ମିଳିଥିବା ଖବର ଅନୁଯାୟୀ ଜମ୍ମୁ ଏବଂ କାଶ୍ମୀରରେ ଏବେ ଇରିଡିୟମ ସାଟେଲାଇଟ ଫୋନ ବ୍ୟବହାର ସକ୍ରିୟ ରହିଛି । ଅଧିକ ପଢନ୍ତୁ

satellite phones active in Jammu and Kashmir, ଚିନ୍ତାରେ ସୁରକ୍ଷା ଏଜେନ୍ସି
satellite phones active in Jammu and Kashmir, ଚିନ୍ତାରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ:ଜମ୍ମୁ ଏବଂ କାଶ୍ମୀର ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତାରେ ସୁରକ୍ଷାବାହିନୀ । ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏବେ ଆତଙ୍କୀ ସାଟେଲାଇଟ ଫୋନର ବ୍ୟବହାର କରିବା ସୁରକ୍ଷା ବଳ ପାଇଁ ଏକ ଚ୍ୟାଲେଞ୍ଜ ପାଲିଟିଛି । ତେବେ ମିଳିଥିବା ଖବର ଅନୁଯାୟୀ ଜମ୍ମୁ ଏବଂ କାଶ୍ମୀରରେ ଏବେ ଇରିଡିୟମ ସାଟେଲାଇଟ ଫୋନ ବ୍ୟବହାରର ସକ୍ରିୟତା ନେଇ କେନ୍ଦ୍ରୀୟ ସୁରାକ୍ଷା ବଳ ଲାଗି ଟେନସନ ପାଲିଟିଛି । ସେହିପରି ଗୁଇନ୍ଦା ବିଭାଗ ସୂଚନା ଅନୁସାରେ, ଜମ୍ମୁ ଏବଂ କାଶ୍ମୀର ଅଞ୍ଚଳରେ ଏବେ ସାଟେଲାଇଟ ଫୋନ ସକ୍ରିୟ ଭାବେ ବ୍ୟବହାର କରାଯାଉଛି । ଏହି ଫୋନ ସବୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହରା କରାଯାଉଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଏଥିସହ କାଶ୍ମୀର ଭ୍ୟାଲି ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏହି ସାଟେଲାଇଟ ଫୋନର ବ୍ୟବହାର ବ୍ୟାପକ ପରିମାଣରେ ହେଉଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ।

ସେହିଭଳି ଏତେ ସଂଖ୍ୟକ ସାଟେଲାଇଟ ଫୋନର ବ୍ୟବହାର ଯୋଗଁ ଜୁନ୍‌ ୩୦ରେ ହେବାକୁ ଥିବା ଅମରନାଥ ଯାତ୍ର ସୁରକ୍ଷା ନେଇ ସୁରକ୍ଷା ବାହିନୀର ଚିନ୍ତା ବଢାଇଛି । ତେବେ ଏହି ଯାତ୍ରରେ ପ୍ରାୟ ୭ ଲକ୍ଷ ଶ୍ରଦ୍ଧାଳୁ ଆସିବାକୁ ଥିବା ବେଳେ ସୁରକ୍ଷା ସେନା ପାଇଁ ବଡ ଚ୍ୟାଲେଞ୍ଜିଂ ହେବ । ଏପଟେ କୌଣସି ଅଘଟଣ ଏଡେଇବା ପାଇଁ ସୁରକ୍ଷା ବଳ ଏବଂ ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ଏତଦ୍‌ବ୍ୟତିତ୍‌ ଶ୍ରଦ୍ଧାଳଙ୍କୁ ସୁରକ୍ଷିତ ଯାତ୍ରା ଓ ଦର୍ଶନ ଲାଗି ଏକ ନିରାପଦ ରାସ୍ତା ଯୋଗାଇବା ପାଇଁ ସେନା ପକ୍ଷରୁ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥିସହ ଚଳିତ ବର୍ଷ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ଦେଖି ସୁରକ୍ଷା ଏଜେନ୍ସିଗୁଡିକ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ଢାଞ୍ଚାରେ ଥିବା ସମସ୍ତ ଫାଙ୍କା ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଏପଟେ ଜମ୍ମୁ ଏବଂ କାଶ୍ମୀରରେ ସାଟେଲାଇଟ ଫୋନ ବ୍ୟବହାର ହେଉଥିବା ନେଇ ଚଳିତ ବର୍ଷ ଫେବୃଆରୀ ମାସରେ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା ।

ଅପରପକ୍ଷରେ କାଶ୍ମୀର ଭ୍ୟାଲି ଓ ପାକ ଅଧିକୃତ କାଶ୍ମୀରରେ ୮ଟି ସାଟେଲାଇଟ ଫୋନ ବ୍ୟବାହାର ହେଉଥିବା ଖବର ମିଳିଥିଲା । ତେବେ ଏହା ଦ୍ବାରା ଜମ୍ମୁ ଏବଂ କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀ ଏବଂ ପିଓକେ(PoK)ରେ ସେମାନଙ୍କ ହ୍ୟାଣ୍ଡେଲରମାନଙ୍କ ମଧ୍ୟରେ ଯୋଗାଯୋଗ ହେଉଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା । ବର୍ତ୍ତମାନ ତଥ୍ୟରୁ ଜଣାପଡୁଛି ଯେ, ଏହି ସଂଖ୍ୟା ଦୁଇ-ଡଜନରୁ ଅଧିକ ହୋଇଯାଇଛି ।

ଏଥିସହ ଅଲଟ୍ରା ଯୋଗାଯୋଗ ପ୍ରଣାଳୀ ବ୍ୟବହାର କରିବା ଦ୍ବାରା ସେମାନଙ୍କର ସ୍ଥାନ ବଦଳାଇ ରହିବା ସହ ସ୍ଥାନୀୟ ଅଞ୍ଚଳର ଚିହ୍ନିବା କଷ୍ଟସାଧ୍ୟ ହେଉଛି ବୋଲି ଜଣାପଡିଛି । ଏପଟେ ସରକାରୀ ବୈଷିୟିକ ଶାଖା, ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ୍ (NTRO) ଭାରତୀୟ ଅଞ୍ଚଳରେ ଥିବା ଉପକରଣଗୁଡ଼ିକୁ ଚିହ୍ନଟ କରିବା ଏବଂ ଅବରୋଧ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, NTRO ଏହି ଯୋଗାଯୋଗ ଉପକରଣଗୁଡ଼ିକର ସ୍ଥାନ ଚିହ୍ନଟ କରିବାରେ ସକ୍ଷମ ଏବଂ ଏହାକୁ ଅବରୋଧ କରିବା ପାଇଁ ବୈଷୟିକ ନିର୍ଦ୍ଦିଷ୍ଟକରଣ ଉପରେ ମଧ୍ୟ କାର୍ଯ୍ୟ କରୁଛି ।

ଅପରପକ୍ଷରେ ଏହି ସବୁ ଫୋନ କିଛି ନିର୍ଦ୍ଦିଷ୍ଟ ଉପକରଣ ସାହାଯ୍ୟରେ ଟ୍ରାକ କରାଯାଇ ପାରିବ । ତେବେ ବେଳେ ଏହାକୁ ଟ୍ରେସ କରିବା ବହୁତ୍‌ କଷ୍ଟସାଧ୍ୟ ହୋଇଥିବା ବେଳେ ଏହି ସବୁ ଫୋନ ମୋବାଇଲ ଟାୱାର ସିଗନାଲକୁ ବ୍ୟବହାର କରି ନଥାନ୍ତି ବୋଲି ଅଧିକାରୀ କହିଛନ୍ତି । ମାତ୍ର ଏହି ଫୋନ ବ୍ୟବହାର କରିବା ଲାଗି ସିଧାସଳଖ ସାଟେଲାଇଟର ଉପଯୋଗ କରାଯାଇଥାଏ ।

ସେହିପରି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି, ଏହି ଉପଗ୍ରହ ଭିତ୍ତିକ ଯୋଗାଯୋଗ ପ୍ରଣାଳୀକୁ ଆଫଗାନିସ୍ତାନରେ ଆମେରିକାର ସୈନ୍ୟବାହିନୀ ଦ୍ୱାରା ଛାଡି ଦିଆଯାଇଥିଲା । ଏଥିସହ ଆମେରିକା ସୈନ୍ୟବାହିନୀ ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ସହିତ ଜମ୍ମୁ କାଶ୍ମୀରକୁ ପରିବହନ କରାଯାଇ ଥାଇପାରେ ବୋଲି ସୁରକ୍ଷା ଏଜେନ୍ସି ଆକଳନ କରିଛି । ଏହି ଉପଗ୍ରହ ଆଧାରିତ ଯୋଗାଯୋଗ ଫୋନ ଗୁଡ଼ିକ ପ୍ରଥମେ ଫେବୃଆରୀ ୧୩ରେ ସକ୍ରିୟ ହୋଇଥିଲା ।

ତେବେ ୧୪ ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ତୃତୀୟ ବାର୍ଷିକୀ ପୂର୍ବରୁ ଗୋଟିଏ ଦିନରେ ଏହିପରି ଆଠଟି ଫୋନର ସକ୍ରିୟ ବ୍ୟବହାର ନେଇ ସୁରକ୍ଷା ଏଜେନ୍ସି ତଥ୍ୟ ପାଇଥିଲା । ଏହି ଫୋନ ବ୍ୟବହାର ବଡଗାମ, ବାନ୍ଦିପୋରା, ଗାଣ୍ଡରବାଲ, କୁପୱାଡା ଏବଂ ପୁଲୱାମାରେ ଏହି ଯୋଗାଯୋଗ ସେଟଗୁଡ଼ିକ ଥରେ ଲେଖାଏଁ ସକ୍ରିୟ ହୋଇଥିବା ବେଳେ ବାରାମୁଲାରେ ଏହା ଦୁଇଥର ସକ୍ରିୟ ହୋଇଥିଲା ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ତେବେ ସେହିଦିନ ଏହି ଫୋନଗୁଡିକ ଏକତ୍ର ସକାଳ ୧୦.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସକ୍ରିୟ ରହିଥିଲା । ତେବେ ସୁରକ୍ଷା ଏଜେନ୍ସିର ସୂଚାନ ଅନୁସାରେ, ଏହି ସାଟେଲାଇଟ ଫୋନଗୁଡିକ ଫେବୃଆରୀ ୧୪ରେ ଉରି ସେକ୍ଟର ବିପରୀତ ବାନ୍ଦିପୋରା, ବାରାମୁଲ୍ଲା ଏବଂ ପିଓକେ(POK)ରେ ସକ୍ରିୟ ବ୍ୟବହାର ହୋଇଥିଲା ।

@IANS

ABOUT THE AUTHOR

...view details