ନୂଆଦିଲ୍ଲୀ:ଚଳିତ ମାସ 5 ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା (sheikh hasina ajmer visit)। ଏହି ଗସ୍ତ ସମୟରେ ସେ 7 କିମ୍ବା 8 ତାରିଖରେ ରାଜସ୍ଥାନର ପ୍ରସିଦ୍ଧ ଆଜମେର ଦରଘା ପରିଦର୍ଶନ କରିପାରନ୍ତି । ସେଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ବାଂଲାଦେଶ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳୀ ବ୍ୟବସ୍ଥା ତଦାରଖ କରିବା ପାଇଁ ରାଜସ୍ଥାନର ଆଜମେରରେ ପହଞ୍ଚିଛନ୍ତି । ଆଜି (ଗୁରୁବାର) ବାଂଲାଦେଶ ପ୍ରତିନିଧୀ ଦଳ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ହସିନାଙ୍କ ପ୍ରସ୍ତାବିତ ଗସ୍ତ ଓ ଦରଘା ପରିଦର୍ଶନ ପ୍ରସ୍ତୁତି ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।
ସେପ୍ଟେମ୍ବର 5 ରେ ଭାରତ ଆସିବେ ହାସିନା :-
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେପ୍ଟେମ୍ବର 5ରେଭାରତ ଗସ୍ତ କରିବେ (sheikh hasina ajmer visit)। ଏହି ଗସ୍ତ ଅବଧି ମଧ୍ୟରେ ସେ 7 କିମ୍ବା 8 ତାରିଖରେ ରାଜସ୍ଥାନ ଅଜମେରକୁ ଯାଇ ଦରଘା ପରିଦର୍ଶନ କରିପାରନ୍ତି । ଏଠାରେ ସେ ଖ୍ୱାଜା ଗରିବ ନୱାଜଙ୍କ ଦରଘାରେ ତାଙ୍କର ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି । ବାଂଲାଦେଶ ହାଇ କମିଶନର ଏବଂ ସୁରକ୍ଷା ଅଧିକାରୀମାନେ ହସିନାଙ୍କ ପ୍ରସ୍ତାବିତ ଅଜମେର ଗସ୍ତ ସମ୍ପର୍କିତ ବ୍ୟବସ୍ଥା ତଦାରଖ କରିଥିଲେ । ଆଜି (ଗୁରୁବାର) ଅଜମେର ଜିଲ୍ଲା କଲେକ୍ଟରେଟ ଅଡିଟୋରିୟମରେ ସ୍ଥାନୀୟ ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କ ସହ ବାଂଲାଦେଶୀ ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।