ଅମରାବତୀ:ସ୍ବାମୀ ସ୍ତ୍ରୀର ଝଗଡା ବି ଏମିତି ହୋଇପାରେ । ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କ ସ୍ବାମୀ ପ୍ରତିଦିନ ଝଗଡା ଲାଗୁଥିଲେ । ସେଥିରୁ ମୁକ୍ତି ପାଇବା ପାଇଁ 65 କିଲୋମିଟର ଚାଲି ଚାଲି ଯିବାପରେ ଏକ ସରକାରୀ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା ଜଣକ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ । ମହିଳା ଜଣଙ୍କ ନାମ ହେଉଛି ଭାରଶିନି । ପାରିବାରିକ ତିକ୍ତତା ନେଇ ପ୍ରତିଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏଥିରେ ମହିଳାଙ୍କର ମାନସିକ ଅଶାନ୍ତି ବଢିଥିଲା ।
ସେ ଏଥିରୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଘରୁ ବାହାରି ଯାଇଥିଲେ । 65 କିଲୋମିଟର ଯିବାପରେ ନାଇଡୁପେଟ୍ ଆରଟିସି ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପାଇଁ ଗାଡିକୁ ଅଟକାଇଥିଲେ । ହେଲେ ଗାଡି ଅଟକାଇବାରେ ବିଫଳ ହୋଇଥିଲେ । ଏହାପରେ ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିଥିଲେ । ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ।