ଓଡିଶା

odisha

ETV Bharat / bharat

ଏରୋ ଇଣ୍ଡିଆ 2021ରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା: ପ୍ରତିରକ୍ଷା ମନ୍ତ୍ରୀ - ବେଙ୍ଗାଲୁରୁ ଏୟାର ସୋ

ଆପେକ୍ସ କମିଟିର ଉଚ୍ଚ ସ୍ତରୀୟ ବୈଠକରେ ପରେ ଏରୋ ଇଣ୍ଡିଆ 2021ରେ ସତର୍କତା ଏବଂ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯିବା ନେଇ ରାଜନାଥ ସିଂହଙ୍କ ସୂଚନା । ଅଧିକ ପଢନ୍ତୁ...

ଏରୋ ଇଣ୍ଡିଆ 2021ରେ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ: ପ୍ରତିରକ୍ଷା ମନ୍ତ୍ରୀ
ଏରୋ ଇଣ୍ଡିଆ 2021ରେ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ: ପ୍ରତିରକ୍ଷା ମନ୍ତ୍ରୀ

By

Published : Jan 15, 2021, 8:51 PM IST

ବେଙ୍ଗାଲୁରୁ: ଆସନ୍ତା ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି ଏୟାର ସୋ' । ଏହି ଏରୋ ଇଣ୍ଡିଆ ସୋ'ର ପ୍ରସ୍ତୁତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । କର୍ଣ୍ଣାଟକ ବିଧାନସଭାଠାରେ ଅନୁଷ୍ଠିତ ଆପେକ୍ସ କମିଟିର ଉଚ୍ଚ ସ୍ତରୀୟ ବୈଠକରେ ପରେ ଏରୋ ଇଣ୍ଡିଆ 2021ରେ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଏରୋ ଇଣ୍ଡିଆ 2021ରେ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ: ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଏରୋ ଇଣ୍ଡିଆ ପରିଚାଳନାରେ ବେଙ୍ଗାଲୁରୁର ଅନେକ ଅଭିଜ୍ଞତା ରହିଛି । କୋଭିଡ ସଙ୍କଟ ମଧ୍ୟରେ ଏହା ଏକ ସଫଳ ପଦକ୍ଷେପ ହେବ ବୋଲି ମୁଁ ନିଶ୍ଚିତ ଅଛି । ଆପେକ୍ସ କମିଟିର ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏବଂ ବହୁ ବାୟୁସେନା ଅଧିକାରୀମାନେ ଯୋଗ ଦେଇଥିଲେ ।

ପୂର୍ବରୁ ଅଭ୍ୟାସ ସମୟରେ ବିମାନ ଦୁର୍ଘଟଣାରେ ଦୁଇ ଜଣ ଆଇଏଫ ପାଇଲଟଙ୍କ ମୃତ୍ୟୁ ଘଟିବା ଏବଂ ଏୟାର ବେସ ଅନ୍ତର୍ଗତ ପାର୍କିଂ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ 300 କାର ପୋଡିବା ଭଳି ଏରୋ ଇଣ୍ଡିଆ 2019 ଦୁଇଟି ବଡ ଦୁର୍ଘଟଣାର ସାକ୍ଷୀ ରହିଛି । ଏହି ଘଟଣା ପରେ ଭବିଷ୍ୟତରେ ଏଭଳି ଦୁର୍ଘଟଣା ଏଡାଇବାକୁ ଏରୋ ଇଣ୍ଡିଆ 2021ରେ ସତର୍କତା ପ୍ରତି ବେଶ୍ ଗୁରୁତ୍ବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details