ଓଡିଶା

odisha

By

Published : May 2, 2022, 8:37 PM IST

ETV Bharat / bharat

Prayagraj Dilip Sevai: କମିନି ଦିଲ୍ଲୀପଙ୍କ ଲୋକପ୍ରିୟତା, ଆଜି ବି ବଢାଉଛି ଇଦର ମଧୁରତା

ବଲିଉଡ଼ ଭେଟେରାନ ଆକ୍ଟର ଦିଲ୍ଲୀପ କୁମାରଙ୍କ ନାମରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିକ୍ରି ହେଉଛି । ୭୦ ଦଶକରୁ ବିକ୍ରି ହେଉଥିବା ଏହି ସିମେଇ ଆଜି ଏକ ବ୍ରାଣ୍ଡରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Prayagraj Dilip Sevai: କମିନି ଦିଲ୍ଲୀପଙ୍କ ଲୋକପ୍ରିୟତା, ଆଜି ବି ବଢାଉଛି ଇଦର ମଧୁରତା
Prayagraj Dilip Sevai: କମିନି ଦିଲ୍ଲୀପଙ୍କ ଲୋକପ୍ରିୟତା, ଆଜି ବି ବଢାଉଛି ଇଦର ମଧୁରତା

ଲକ୍ଷ୍ନୌ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଟ୍ରାଜେଡ଼ି କିଙ୍ଗ ଦିଲ୍ଲୀପ କୁମାର (ୟୁସୁଫ ଖାନ) ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ଆଜି ମଧ୍ୟ ତାଙ୍କୁ ଭୁଲି ପାରିନାହାଁନ୍ତି ପ୍ରଶଂସକ । ଇଦ୍ ଅବସରରେ ସଜାଯାଇଥିବା ବଜାରରେ ଏହି କଥା ସ୍ପଷ୍ଟ ହୋଇଛି । ଆଜି ବି ପ୍ରୟାଗରର ପ୍ରସିଦ୍ଧ ଦିଲ୍ଲୀପ ସିମେଇ(Vermicelli) ଇଦ(Eid)ର ମଧୁରତା ବଢାଉଛି । ଏବେ ମଧ୍ୟ ଦିଲ୍ଲୀପଙ୍କ ନାମରେ ବିକ୍ରି ହେଉଥିବା ସିମେଇକୁ ଲୋକେ ଖୁବ ପସନ୍ଦ କରୁଥିବାବେଳେ ଏହା ଦୋକାନରେ ବିକ୍ରି ହେଉଛି ।

ସିମେଇ ତିଆରି କମ୍ପାନୀ

୭୦ ଦଶକରେ ଦିଲ୍ଲୀପ ସିମେଇ କମ୍ପାନୀର ହୋଇଥିଲା ଶୁଭାରମ୍ଭ:-

ପ୍ରାୟ 45 ବର୍ଷ ପୂର୍ବେ ଆଜି ଦିଲ୍ଲୀପ ସିମେଇ ଅଭିନେତା ଦିଲୀପ କୁମାରଙ୍କ ନାମରେ ବିକ୍ରି ହେବା ଆରମ୍ଭ ହୋଇଥିଲା । ୭୦ ଦଶକରେ ଆରମ୍ଭ ହୋଇଥିବା ଏହି ଭର୍ମିସେଲି କମ୍ପାନୀ ଦେଶ ତଥା ବିଦେଶରେ ଇଦ୍‌ର ମଧୁରତା ବଢାଉଛି । ଆସନ୍ତା ମେ ୩ରେ ସମଗ୍ର ଦେଶରେ ଇଦ୍ ପାଳନ ହେବ, ଯେତେବେଳେ କି ପ୍ରୟାଗରାଜରେ ଇଦ୍‌କୁ ନେଇ ବହୁ ଉତ୍ସାହ ରହିଛି । ଦୁଇ ବର୍ଷର କୋରୋନା ସଂକ୍ରମଣ ପରେ ପୁଣି ଥରେ ପ୍ରୟାଗରାଜ ବଜାରରେ ଭର୍ମିସେଲି ବା ସିମେଇର ବିପୁଳ ବିକ୍ରି ହେଉଛି ।

ଏଠାରେ ପ୍ରସିଦ୍ଧ ଦିଲୀପ ସିମେଇ ମାଲିକ ମହମ୍ମଦ ତୌଫିକ ଖାନ କହିଛନ୍ତି ଯେ ଏହାକୁ ଗଙ୍ଗା-ଯମୁନା ଜଳର ବ୍ୟବହାର କରି ତିଆରି କରିବା ଦ୍ବାରା ଏହାର ମଧୁରତା ଆହୁରି ବଢିଥାଏ । ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି କୋରୋନା ସଂକ୍ରମଣ ପାଇଁ ସମସ୍ତ ପର୍ବପର୍ବାଣି ଫିକା ପଡ଼ିଥିଲା । କିନ୍ତୁ ଏହି ଇଦ୍‌ରେ ଭର୍ମିସେଲି ବିକ୍ରିରେ ବହୁତ ବୃଦ୍ଧି ଘଟିଛି ଏବଂ ଦେଶର ଅନେକ ରାଜ୍ୟ ତଥା ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି ।

ସିମେଇ ତିଆରି କମ୍ପାନୀ

ସିମେଇ କିଣୁଥିବା ଜଣେ ଗ୍ରାହକ ତାଲିବ କହିଛନ୍ତି ଯେ କୋରୋନା କାରଣରୁ ସେ ଗତ ବର୍ଷ ପାଞ୍ଚ କିଲୋଗ୍ରାମ ଭର୍ମିସେଲି ନେଇଥିଲେ । କିନ୍ତୁ ବର୍ତ୍ତମାନ 12 କିଲୋଗ୍ରାମ ଭର୍ମିସେଲି ନେଇଛନ୍ତି । ଏପରି ପରିସ୍ଥିତିରେ କୋରୋନା ସଂକ୍ରମଣ ହ୍ରାସ ଯୋଗୁଁ କ୍ରେତା ତଥା ବ୍ୟବସାୟୀମାନେ ବହୁତ ଖୁସି ରହିଥିବା ଦେଖିବାକୁ ମିଳିଛି ।

ସିମେଇ ସହ ଟ୍ରାଜେଡି କିଙ୍ଗଙ୍କ କନେକ୍ସନ:-

ବଲିଉଡ଼ ଭେଟେରାନ ଆକ୍ଟର ଦିଲ୍ଲୀପ କୁମାରଙ୍କ ନାମରେ ବିକ୍ରି ହେଉଛି ସିମେଇ

ଦିଲ୍ଲୀପ ସିମେଇ କମ୍ପାନୀ ମାଲିକ ତୌଫିକ ଖାନ କହିଛନ୍ତି ଯେ ତାଙ୍କ ଦାଦା ମହମ୍ମଦ ହନିଫ ଦିଲ୍ଲୀପ କୁମାର ସାହେବଙ୍କର ଜଣେ ବଡ଼ ପ୍ରଶଂସକ । 45 ବର୍ଷ ପୂର୍ବେ ତାଙ୍କ ଜେଜେବାପା ଦିଲ୍ଲୀପ ସାହେବଙ୍କୁ ପଚାରିଥିଲେ ଯେ ସେ ଦିଲ୍ଲୀପଙ୍କ ନାମରେ ସିମେଇର ନାମ ରଖିପାରିବେ କି ନାହିଁ ? ତେବେ ଅଭିନେତା ଦିଲ୍ଲୀପ ଏଥିରେ ରାଜି ହୋଇଥିଲେ ଏବଂ ସେବେଠାରୁ ଦିଲ୍ଲୀପ ସିମେଇ ବିକ୍ରି ହୋଇଥିଲା । ଧୀରେ ଧୀରେ ଏହା ଏକ ବଡ ବ୍ରାଣ୍ଡରେ ପରିଣତ ହେଲା । ଏହି ଭର୍ମିସେଲି କେବଳ ଦେଶରେ ନୁହେଁ ବିଦେଶକୁ ମଧ୍ୟ ଯୋଗାଇ ଦିଆଯାଉଛି ।

ଏହା ବ୍ୟତୀତ ତୌଫିକ୍ କହିଛନ୍ତି ଯେ ତାଙ୍କ ଜେଜେବାପା ହାତରେ ତିଆରି ଭର୍ମିସେଲିକୁ ମୁମ୍ବାଇକୁ ନେଇ ଦିଲୀପ କୁମାରଙ୍କୁ ଖାଇବାକୁ ଦେଇଥିଲେ । ଯାହାକୁ ସେ ବହୁତ ପସନ୍ଦ କରିଥିଲେ । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କାରଣରୁ ସିମେଇ ଉପରେ ଏଥର ସାମାନ୍ୟ ମୁଦ୍ରାସ୍ଫୀତି ପ୍ରଭାବ ପଡିଛି ବୋଲି ତୌଫିକ୍ କହିଛନ୍ତି । ଏଥିରୁ ଭର୍ମିସେଲିର ମୂଲ୍ୟ 10-15% ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details