ଓଡିଶା

odisha

By

Published : Apr 22, 2023, 3:59 PM IST

ETV Bharat / bharat

ଅତିକ ପାଇଁ ଭାରତରତ୍ନ ଦାବି, କବର ଉପରେ ତ୍ରିରଙ୍ଗା ରଖି ନମାଜ ପଢିଲେ କଂଗ୍ରେସ ନେତା

ଅତିକ ଅହମ୍ମଦର କବର ଉପରେ ତ୍ରିରଙ୍ଗା ରଖି ନମାଜ ପାଠ କଲେ କଂଗ୍ରେସ ନେତା । କହିଲେ ଯୋଗୀ ସରକାର ଅନ୍ୟୟ କରିଛନ୍ତି, ଦାବି କଲେ ଭାରତରତ୍ନ । ଅଧିକ ପଢନ୍ତୁ

ଅତିକ ଅହମ୍ମଦ ପାଇଁ ଭାରତରତ୍ନ ଦାବି, କବର ନିକଟରେ ନମାଜ ପଢିଲେ କଂଗ୍ରେସ କାଉନସିଲର ପ୍ରାର୍ଥୀ
ଅତିକ ଅହମ୍ମଦ ପାଇଁ ଭାରତରତ୍ନ ଦାବି, କବର ନିକଟରେ ନମାଜ ପଢିଲେ କଂଗ୍ରେସ କାଉନସିଲର ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜଣେ ସ୍ଥାନୀୟ କଂଗ୍ରେସ ନେତା (କର୍ପୋରେଟର)ଙ୍କ ଅସ୍ବାଭାବିକ କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ମୃତ ମାଫିଆ ଅତିକ ଅହମ୍ମଦକୁ ଭାରତରତ୍ନ ପ୍ରଦାନ ଦାବିରେ ତାର କବର ଉପରେ ତ୍ରିରଙ୍ଗା ରଖି ପ୍ରାର୍ଥନା କରିଛନ୍ତି ଏହି ସ୍ଥାନୀୟ କଂଗ୍ରେସ ନେତାଜଣଙ୍କ । ଚଳିତ ମହାନଗର ନିଗମ ନିର୍ବାଚନରେ ପ୍ରୟାଗରାଜ 43 ନମ୍ବର ଓ୍ବାର୍ଡରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରାଜକୁମାର ସିଂ ରାଜୁ ଏପରି କରିଛନ୍ତି । କେବଳ ଏତିକି ନୁହେଁ ସେ ଅତିକର ମୃତ୍ୟୁ ନେଇ ଯୋଗୀ ସରକାର ଉପରେ ବର୍ଷିଛନ୍ତି । ଏହି କଂଗ୍ରେସ ନେତାଙ୍କ ଏପରି କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ଅନୁସାରେ, ରାଜକୁମାର ସିଂ ରାଜୁ କବରସ୍ଥାନରେ ମୃତ ଅତିକ ଓ ତାର ଭାଇ ଅଶରଫର କବର ନିକଟରେ ଏକ ତ୍ରିରଙ୍ଗା ରଖି ପ୍ରାର୍ଥନା କରୁଛନ୍ତି । କବର ଉପରେ ତ୍ରିରଙ୍ଗା ରଖି ଅତିକ ଅମର ରହେ, ଦେଶକି ଝଣ୍ଡା ଅମର ରହେ ନାରା ଦେଉଛନ୍ତି । ଅତିକ ସହ ଅନ୍ୟାୟ ହୋଇଛି, ସେ ତାକୁ ନ୍ୟାୟ ଓ ସମ୍ମାନ ଦେବେ ବୋଲି କହୁଛନ୍ତି । ପ୍ରଥମ ଅତିକର କବରରେ ସେ ପ୍ରାର୍ଥନା ସାରିବା ପରେ ଅଶରଫ କବର ନିକଟରେ ମଧ୍ୟ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

କେବଳ ସେତିକି ନୁହେଁ ବରଂ ସେ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଅତିକକୁ ନିର୍ଦ୍ଦୋଷ ଦର୍ଶାଇ ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଯୋଗୀ ସରକାର ଅତିକ ସହ ଅନ୍ୟାୟ କରିଛନ୍ତି । ଯଦି ଉତ୍ତର ପ୍ରଦେଶରେ ମୁଲାୟମ ସିଂକୁ ପଦ୍ମବିଭୁଷଣ ପ୍ରଦାନ କରାଯାଇ ପାରିଲା, ତେବେ ଅତିକକୁ କାହିଁକି ନୁହେଁ ବୋଲି ସେ ମଧ୍ୟ ଯୁକ୍ତି ବାଢିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କଂଗ୍ରେସର ପ୍ରୟାଗରାଜ ନଗର ଅଧ୍ୟକ୍ଷ ପ୍ରଦୀପ ମିଶ୍ରା ଅଂଶୁମାନ ତାଙ୍କୁ ରୋକିବାକୁ ପ୍ରୟାସ କରୁଥିଲେ ମଧ୍ୟ ସେ ଅଟକି ନଥିଲେ ।

ତେବେ ଜଣେ କୁଖ୍ୟାତ ମାଫିଆର କବରରେ ତ୍ରିରଙ୍ଗା ପତାକା ପକାଇ ଏପରି ଅସ୍ବାଭାବିକ ଆଚରଣ କରିଥିବା ଏହି ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ । ତେବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧିବା ସହ ଏହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ହେଉଛି । ଅନ୍ୟପଟେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details