ଓଡିଶା

odisha

ETV Bharat / bharat

ଆଜି ପ୍ରବାସୀ ଭାରତୀୟ ଦିବସ: ଜାଣନ୍ତୁ କାହିଁକି ହୁଏ ପାଳନ, ଦେଶ ବିକାଶରେ ପ୍ରବାସୀଙ୍କ ଅବଦାନ - ପ୍ରବାସୀ ଭାରତୀୟ ଦିବସ

Pravasi Bharatiya Divas: ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

ପ୍ରବାସୀ ଭାରତୀୟ ଦିବସ
Pravasi Bharatiya Divas

By ETV Bharat Odisha Team

Published : Jan 9, 2024, 10:15 AM IST

ହାଇଦ୍ରାବାଦ:ଯେତେବେଳେ କୌଣସି ଦେଶର ନାଗରିକ କାର୍ଯ୍ୟ ସନ୍ଧାନରେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇଥାଆନ୍ତି ସେମାନଙ୍କୁ ପ୍ରବାସୀ ବୋଲି କୁହାଯାଏ । ଆଜି ଏନଆଇଆଇ ବା ପ୍ରବାସୀ ଭାରତୀୟ ଦିବସ । ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । 2003 ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଆସୁଛି ।

ଇତିହାସ: ମାହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହିଥିବା ସମୟରେ ପ୍ରଥମେ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ । 1915 ମସିହାରେ ମହାତ୍ମା ଗାନ୍ଧୀ ସର୍ବଶ୍ରେଷ୍ଠ ପ୍ରବାସୀ ଭାରତୀୟ ଭାବେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରି ଭାରତର ସ୍ବାଧୀନତା ସଂଗ୍ରାମ ଜାରି ରଖିଥିଲେ । ପରେ ଭାରତରେ ସ୍ବାଧୀନତା ସଂଗ୍ରାମ ମଧ୍ୟ ସଫଳ ହୋଇଥିଲା । ତେବେ ସତ୍ୟାଗ୍ରର ମୂଳଦୁଆ ପ୍ରବାସରେ ପଡିଥିବାରୁ ପ୍ରବାସରେ ରହିଥିବା ଭାରତୀୟଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ ।

2015 ମସିହାରେ ଏହି ଦିବସ ଦୁଇ ଥର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର ଉନ୍ନତିରେ ପ୍ରବାସୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଦେଶ ବାହାରକୁ ଯାଇ କାମ କରୁଥିବା ଶ୍ରମିକ ଓ ସେମାନଙ୍କ ପରିବାରର ସୁରକ୍ଷା ଏବଂ ଅଧିକାର ବାବଦରେ ସଚେତନ ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । କୋରୋନା ଭାଇରସ ହେତୁ 2021 ମସିହାରେ ଭର୍ଚୁଆଲରେ ଏହି ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ 17ତମ ପ୍ରବାସୀ ଭାରତୀୟ ଦିବସ ବା NRI ଦିବସ ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Pravasi Bharatiya Divas: ଶରୀର ସିନା ବିଦେଶରେ ମନ ଥାଏ ଭାରତରେ

ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସ୍ବୀକୃତି ଦେବାକୁ ଓ ଦେଶର ବିକାଶରେ ସେମାନଙ୍କ ଭାଗିଦାରୀ ବଢାଇବାକୁ ଏହି ଦିବସକୁ ସରକାର ମାନ୍ୟତା ଦେଇଛନ୍ତି । ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଘୋଷଣା କରିବା ସହ ପ୍ରବାସୀ ଭାରତୀୟଙ୍କ ପାଇଁ ଉତ୍ସର୍ଗ କରିଥିଲେ । ସତ୍ୟାଗ୍ରହର ମୂଳଦୁଆ ପ୍ରବାସରେ ହିଁ ପଡିଥିଲା । ଯାହାର ପରିଣାମ ଇଂରେଜମାନେ ଭାରତ ଛାଡିଥିଲେ । ତେବେ ଆଜିର ଦିନରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥାଏ ।

ପ୍ରବାସୀ ଭାରତୀୟ ଦିବସର ଥିମ:ପ୍ରତିବର୍ଷ ଏକ ଥିମକୁ ନେଇ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥାଏ । "ଅମୃତ କାଳରେ ଭାରତର ଅଗ୍ରଗତି ପାଇଁ ବିଶ୍ୱସନୀୟ ସହଯୋଗୀ"(Diaspora: Reliable Partners for India's Progress in Amrit Kaal) ଥିମରେ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details