ଓଡିଶା

odisha

ETV Bharat / bharat

ବଏଫ୍ରେଣ୍ଡକୁ ବିବାହ ପାଇଁ ଜିଦ୍‌, ପାଣିଟାଙ୍କି ଉପରେ ଚଢିଲେ ଯୁବତୀ - ପାଣିଟାଙ୍କି ଉପରେ ଚଢିଲେ ଯୁବତୀ

ନିଜ ପୁରୁଷ ବନ୍ଧୁକୁ ବିବାହ କରିବା ଜିଦ୍‌ରେ ପାଣି ଟାଙ୍କି ଉପରକୁ ଚଢିଥିଲେ ଯୁବତୀ (Pratapgarh Angry girl climbed on water tank)। ଯୁବତୀଙ୍କୁ ବହୁ ବୁଝାସୁଝା ପରେ ସେ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Pratapgarh Angry girl climbed on water tank
ପାଣିଟାଙ୍କି ଉପରେ ଚଢି ଯୁବତୀଙ୍କ ହଙ୍ଗାମା

By

Published : Dec 18, 2022, 9:56 PM IST

ପାଣିଟାଙ୍କି ଉପରେ ଚଢି ଯୁବତୀଙ୍କ ହଙ୍ଗାମା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ପାଣି ଟାଙ୍କି ଉପରେ ଚଢିଲେ ଯୁବତୀ (Pratapgarh Angry girl climbed on water tank)। ପ୍ରେମିକଙ୍କ ସହିତ ବିବାହ ପାଇଁ ନାବାଳିକା ଜଣକ ପାଣି ଟାଙ୍କି ଉପରେ ଚଢିଥିବା ଜଣାପଡ଼ିଛି । ପୋଲିସ ଓ ଆତ୍ମୀୟ ପରିଜନ ବହୁ ସମୟ ଧରି ବୁଝାଇବା ପରେ ଶେଷରେ ନାବାଳିକା ଜଣକ ପାଣି ଟାଙ୍କି ଉପରୁ ତଳକୁ ଆସିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ କୋତବାଲି ସହର ରହୁଥିବା ଜଣେ ନାବାଳିକା ରାନୀଗଞ୍ଜ ଅଞ୍ଚଳରେ ଦୀପକ ନାମକ ଯୁବକଙ୍କୁ ପ୍ରେମ କରୁଥିଲେ । ପ୍ରେମିକ ଜଣକ ନାବାଳିକଙ୍କ ସମ୍ପର୍କୀୟ ଥିଲେ । ୩ ମାସ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଫୋନ ଯୋଗେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ଗତ ଡିସେମ୍ବର ୮ ତାରିଖରେ ଯୁବକ ଓ ଯୁବତୀ ଉଭୟ ଘରୁ ଫେରାର ହୋଇଯାଇଥିଲେ । ଏହାପରେ ସେମାନେ ମୁମ୍ବାଇରେ ରହିଥିଲେ । ଏହାପରେ ନାବାଳିକଙ୍କ ପରିବାର କୋତବାଲି ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ଏହାପରେ ଯୁବକ ଜଣକ ମୁମ୍ବାଇରେ ରହୁଥିବା ନେଇ ନିଜ ପରିବାରକୁ ସୂଚନା ଦେଇଥିଲେ । ଏହାପରେ ସେମାନେ ଗତ ଡିସେମ୍ବର ୧୬ ତାରିଖରେ ପ୍ରତାପଗଡ଼କୁ ଫେରିଥିଲେ ।

ଏହା ବି ପଢନ୍ତୁ- PM Modi Tripura Visit: ଫୋକସରେ ଉତ୍ତର-ପୂର୍ବ ଭାରତର ସମୂହ ବିକାଶ କହିଲେ ମୋଦି

ଏହାପରେ ଯୁବକଙ୍କ ପରିବାର ରେଳ ଷ୍ଟେସନ ନିକଟକୁ ଆସିବାକୁ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ପ୍ରେମୀଯୁଗଳଙ୍କୁ ପଚରାଉଚରା କରିଥିଲା । ଏହାପରେ ସେମାନେ ବିବାହ ପାଇଁ ପରିବାରକୁ ଜଣାଇଥିଲେ । ମାତ୍ର ପ୍ରେମିକଙ୍କ ପରିବାର ବିବାହ ପାଇଁ ମନା କରିଦିବା ପରେ ନାବାଳିକା ଜଣକ କ୍ରୋଧିତ ହୋଇ ପାଣି ଟାଙ୍କି ଉପରକୁ ଚଢିଥିଲେ । ସେଠାରେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଧମକ ଦେଇଥିଲେ । ପୋଲିସ ବିବାହ କରାଇବା ପାଇଁ ପ୍ରତିଶୃତି ଦେବା ପରେ ସେ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details