କୋଲକାତା: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରହିଛି ମତଗଣନା । ହେଲେ ପଶ୍ଚିମବଙ୍ଗ ଉପରେ ରହିଛି ସବୁଠୁ ଅଧିକ ଫୋକସ । ବର୍ତ୍ତମାନସୁଦ୍ଧା ଟ୍ରେଣ୍ଡ୍ ଚାଲିଥିବାବେଳେ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ ।
ନିର୍ବାଚନ ପ୍ରଚାର ସମୟରୁ ବିଜେପି ଯଦିଓ 200 ପାର୍ କରିବାର ଦାବି କରିଆସୁଥିଲା, ହେଲେ ଅନ୍ୟପକ୍ଷେ ଦୁଇ ଅଙ୍କ ଅତିକ୍ରିମ କରିବା ବିଜେପି ପାଇଁ କଷ୍ଟ ହେବ ବୋଲି ଦାବି କରିଥିଲେ ଦଳର ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଆଉ ଯଦି ତାହା ନହୁଏ, ତେବେ ସେ ରଣନୀତିକାର କାମ ଛାଡି ଦେବେ ବୋଲି କହିଥିଲେ ।