ନୂଆଦିଲ୍ଲୀ: ସଦ୍ୟ ସମାପ୍ତ 5 ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ତାର ସତ୍ତା ହରାଇଛି । ଗୋଟଏ ବି ରାଜ୍ୟରେ ଆସନ ଦଖଲ କରିନାହିଁ ଦଳ । ଏହାରି ଭିତରେ 2024 ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦଳ । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘଦିନ କଳ୍ପନା ଜଳ୍ପନା ଲାଗି ରହିଛି । ଏବେ ଏହି ଚର୍ଚ୍ଚାର ଏକପ୍ରକାର ଅବସାନ ଘଟିବାକୁ ଯାଉଛି । ଖୁବ୍ଶ୍ରୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି । ପ୍ରଶାନ୍ତଙ୍କୁ ଦଳ ଅଫର ଦେଇଥିବା ସୂଚନା ମିଳିଛି ।
ଖୁବ ଶୀଘ୍ର କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର ! ମିଳିଲା ଅଫର - କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘଦିନ କଳ୍ପନା ଜଳ୍ପନା ଲାଗି ରହିଛି। ଏବେ ଏହି ଚର୍ଚ୍ଚାର ଏକପ୍ରକାର ଅବସାନ ଘଟିବାକୁ ଯାଉଛି । ଖୁବ୍ଶ୍ରୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି । ପ୍ରଶାନ୍ତଙ୍କୁ ଦଳ ଅଫର ଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପ୍ରଶାନ୍ତ କିଶୋର ଯୋଗ ଦେଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ୍ ମ୍ୟାପ କରିଛନ୍ତି । ଏହା ପରେ ପ୍ରଶାନ୍ତଙ୍କୁ ଦଳରେ ସିଧାସଳଖ ମିଶିବା ନେଇ ଅଫର ମିଳିଛି । ଦଳର ପରାମର୍ଶଦାତା ନୁହେଁ ଜଣେ ସଦସ୍ୟ ତଥା ନେତା ଭାବେ ଯୋଗ ଦେବାକୁ ପ୍ରସ୍ତାବ ମିଳିଛି। ୨୦୨୪ ନିର୍ବାଚନ ପାଇଁ ଦଳରେ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ପ୍ରଶାନ୍ତ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହାକୁ ନେଇ ଦଳୀୟ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା ।
2024 ଲୋକସଭା ନିର୍ବାଚନ ଲାଗି କଂଗ୍ରେସ 370 ଆସନ ଉପରେ କାମ କରିବା ଲାଗି ପ୍ରଶାନ୍ତ କିଶୋର ପରାମର୍ଶ ଦେଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଭାଗରେ ଗୁଜୁରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତୃଣମୂଳ ସ୍ତରରେ ଦଳକୁ ସୃଦୁଢ କରିବା ଲାଗି ବୈଠକରେ ଆଲୋଚନା ହୋଇଛି ।