ଓଡିଶା

odisha

ETV Bharat / bharat

ନୂଆ ଦଳ ଗଢିବେ ପ୍ରଶାନ୍ତ କିଶୋର ! ଏମିତି ମିଳିଲା ସଙ୍କେତ - ପଡିଆକୁ ଓହ୍ଲାଇବେ ପିକେ

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିକଟରେ କଂଗ୍ରେସ ସହ ମିଶିବା ନେଇ ଆଲୋଚନା ଜୋର ଧରିଥିଲା । କଂଗ୍ରେସ ସହ ସମ୍ପର୍କରେ ବାନ୍ଧି ହେବାକୁ ମନା କରି ଦେଲେ ପ୍ରଶାନ୍ତ । ସବୁ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଲା । ଅଧିକ ପଢନ୍ତୁ

Prashant Kishor hints at political plunge beginning from Bihar
Prashant Kishor hints at political plunge beginning from Bihar

By

Published : May 2, 2022, 2:28 PM IST

Updated : May 2, 2022, 3:36 PM IST

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିକଟରେ କଂଗ୍ରେସ ସହ ମିଶିବା ନେଇ ଆଲୋଚନା ଜୋର ଧରିଥିଲା । ମାତ୍ର କଂଗ୍ରେସ ସହ ସମ୍ପର୍କରେ ବାନ୍ଧି ହେବାକୁ ମନା କରିଦେଲେ ପ୍ରଶାନ୍ତ । ସବୁ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଲା । କଂଗ୍ରେସ ସହ ସମ୍ପର୍କ ତୁଟିବା ପରେ କଣ ହେବ ପ୍ରଶାନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ନେଇ ସସପେନ୍ସ ଜାରି ରହିଥିବାବେଳେ, ଏଥିରେ ନୂଆ ଟ୍ବିଷ୍ଟ ଆସିଛି । ଆଗକୁ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଖୋଦ ଟ୍ବିଟ୍‌ କରି ସଙ୍କେତ ଦେଇଛନ୍ତି ପ୍ରଶାନ୍ତ କିଶୋର । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି ।

ଟ୍ବିଟରେ ପ୍ରଶାନ୍ତ ଲେଖିଛନ୍ତି, "ଗଣତନ୍ତ୍ରରେ ସାମିଲ ହେବାକୁ ଚାହାନ୍ତି । ଜନହିତକର ପଲିସି ଆଣିବା ଲକ୍ଷ୍ୟ ରହିଛି । ସମୟ ଆସିଛି ପ୍ରକୃତ ମୁରବୀ ହେବାର । ଲୋକମାନଙ୍କର ପ୍ରକୃତ ସସମ୍ୟା ବାବଦରେ ଅବଗତ ହୋଇ ‘ଜନ ସୁରାଜ’ ଆଡ଼କୁ ଅଗ୍ରସର ହେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅଭିଯାନ ସେ ବିହାରରରୁ ଆରମ୍ଭ ହେବ ବୋଲି ଟ୍ବିଟ୍‌ କରିଛନ୍ତି ପିକେ ।

ତାଙ୍କ ଅଭିଯାନ ନାଁ ରହିଛି 'ଜନ ସୁରାଜ' ଅର୍ଥାତ ଲୋକଙ୍କୁ ସୁଶାସନ ପ୍ରଦାନ କରିବା । ଯଦିଓ ସେ ନୂଆ ଦଳ ଗଠନ ବିଷୟରେ ଅଧିକ କିଛି ସ୍ପଷ୍ଟ କହିନାହାନ୍ତି, ତେବେ ତାଙ୍କ ଟ୍ବିଟ୍‌ରୁ ନୂଆ ଦଳ ଗଠନର ବାସ୍ନା ବାରିହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା । ପରଦା ପଛର ନାୟକ ନୁହେଁ ବରଂ ପିକେ ସିଧା ପଡିଆକୁ ଓହ୍ଲାଇବେ ବୋଲି କୁହାଯାଉଛି । ବିହାର ରାଜନୀତିରେ ପ୍ରଶାନ୍ତ କିଶୋର ନୂଆ ନୁହଁନ୍ତି, ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ଶାସକ ଜନତା ଦଳ ୟୁନାଇଟେଡ୍‌ର(JDU) ଉପାଧ୍ୟକ୍ଷ ଥିଲେ ।

Last Updated : May 2, 2022, 3:36 PM IST

ABOUT THE AUTHOR

...view details