ଓଡିଶା

odisha

ETV Bharat / bharat

ପୁଣି ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ, 3 ରାଜ୍ୟରେ ଏକାକୀ ଲଢିବାକୁ ଚାଲିଛି ପ୍ରସ୍ତୁତି - ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । 3 ଦିନ ଭିତରେ ଦ୍ବିତୀୟ ଥର ପାଇଁ ସୋନିଆଙ୍କୁ ଭେଟିଛନ୍ତି ପ୍ରଶାନ୍ତ । ସୋନିଆଙ୍କ 10 ଜନପଥ ବାସଭବନରେ ହୋଇଥିବା ବୈଠକରେ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସମେତ ପ୍ରଶାନ୍ତ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

Prashant Kishor Meets Sonia Gandhi
Prashant Kishor Meets Sonia Gandhi

By

Published : Apr 19, 2022, 11:55 AM IST

ନୂଆଦିଲ୍ଲୀ:ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । 3 ଦିନ ଭିତରେ ଦ୍ବିତୀୟ ଥର ପାଇଁ ସୋନିଆଙ୍କୁ ଭେଟିଛନ୍ତି ପ୍ରଶାନ୍ତ । ସୋନିଆଙ୍କ 10 ଜନପଥ ବାସଭବନରେ ହୋଇଥିବା ବୈଠକରେ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସମେତ ପ୍ରଶାନ୍ତ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଦଳର ଏକ ନିର୍ଦ୍ଦିଷ୍ଟ ଗ୍ରୁପର ନେତାଙ୍କୁ ଭେଟି 2024 ସାଧାରଣ ନିର୍ବାଚନ ଲାଗି ରଣନୀତିକାର ପ୍ରଶାନ୍ତ କିଶୋର ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ।

2ଦିନ ପୂର୍ବରୁ ପ୍ରଶାନ୍ତ କିଶୋର ସୋନିଆଙ୍କୁ ଭେଟି ସାଧାରଣ ନିର୍ବାଚନ ପାଇଁ ଏକ କାର୍ଯ୍ୟଯୋଜନା ପ୍ରଦାନ କରିଥିଲେ । ଦଳକୁ 370ଟି ନିର୍ବାଚନୀ ମଣ୍ଡଳୀ ଉପରେ ମନୋନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ । ଉତ୍ତରପ୍ରଦେଶ, ବିହାର ଓଡିଶାରେ ଦଳ ଏକାକୀ ନିର୍ବାଚନ ଲଢିବା ସହ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ପ୍ରଶାନ୍ତ । ଉତ୍ତରପ୍ରଦେଶ, ବିହାର ଓଡିଶାରେ ନୂଆ ନେତୃତ୍ବ ନେଇ କଂଗ୍ରେସ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି ।

ଏହା ବି ପଢନ୍ତୁ...ଖୁବ ଶୀଘ୍ର କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର ! ମିଳିଲା ଅଫର

କିଛି ଦିନ ତଳେ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଛି । ଦଳରେ ପ୍ରଶାନ୍ତଙ୍କ ସାମିଲ ଓ ତାଙ୍କ ପ୍ରସ୍ତାବକୁ ନେଇ ଦଳରେ ମତଭେଦ ଥିବା ଜଣାପଡିଛି । କାରଣ ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରତିନ୍ଦ୍ବନ୍ଦୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ସେମାନଙ୍କ ମଧ୍ୟରୁ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରେଡ୍ଡୀ ଅନ୍ୟତମ । ପିକେ କଂଗ୍ରେସରେ ଯୋଗ ଦେବା ନେଇ ଗତବର୍ଷଠୁ ଚର୍ଚ୍ଚା ହୋଇଆସୁଛି ।

ABOUT THE AUTHOR

...view details