ମୁମ୍ବାଇ: ଦିଲ୍ଲୀ ଦରବାରରେ ହଲଚଲକୁ ନେଇ ସସପେନ୍ସ ଉପରୁ ପରଦା ଉଠୁନଥିବା ବେଳେ ମହାରାଷ୍ଟ୍ର ରାଜନୀତିରେ ଗତ କିଛି ସମୟରୁ ହଟଚମଟ ଖବର ସାମ୍ନାକୁ ଆସିଛି । ଜଣେ ପରେ ଜଣେ ନେତା ପରସ୍ପର ସହ ଭେଟୁଥିବାରୁ ଅନେକ ପ୍ରକାର ଅଟକଳ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ।
ଭାରତୀୟ ଜନତା ପାର୍ଟିର ବଢୁଥିବା ଶକ୍ତିର ମୁକାବିଲା କରିବା ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ହେଲେ ନେତା ଶୂନ୍ୟ ବିରୋଧୀଙ୍କୁ ମେଣ୍ଟ ପାଇଁ ଆବଶ୍ୟକ ରହିଛି ଜଣେ ମାର୍ଗଦର୍ଶକ । ଆଉ ପ୍ରଶାନ୍ତ କିଶୋର ହିଁ ଏକମାତ୍ର ବ୍ୟକ୍ତି ଯିଏ ଏହି କାର୍ଯ୍ୟକୁ ସଠିକ ରୂପେ ସମ୍ପାଦନ କରିପାରିବେ । ଅନ୍ୟପକ୍ଷେ ଜାତୀୟ ରାଜନୀତିରେ ଏନସିପି ମୁଖ୍ୟ ଶରଦ ପାୱାର ଏବେ ବିରୋଧୀଙ୍କୁ ଏକଜୁଟ କରିବାରେ ସାଜିଛନ୍ତି ବଡ ଚେହେରା ।