ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରର ଅମରାବତୀରେ ନିଆରା କାଳୀ ମନ୍ଦିର, ପ୍ରସାଦ ବଦଳରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ଟଙ୍କା

ମହାରାଷ୍ଟ୍ରର ଅମରାବତୀରେ ଥିବା କାଳୀ ମନ୍ଦିରରେ ମିଳୁଥିବା ପ୍ରସାଦକ ନେଇ ଚର୍ଚ୍ଚାରେ ରହିଛି(Money Distributed in Maa Kali Temple) । ଏଠାରେ ଶ୍ରଦ୍ଧାଳୁଙ୍କୁ ଟଙ୍କା ପ୍ରସାଦ ଭାବରେ ବଣ୍ଟନ କରାଯାଇଥାଏ । ଅଧିକ ପଢ଼ନ୍ତୁ

prasad of money distributed in kali mata temple amravati at night on diwali in Maharashtra
ମହାରାଷ୍ଟ୍ରର ଅମରାବତୀରେ ନିଆରା କାଳୀ ମନ୍ଦିର, ପ୍ରସାଦ ବଦଳରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ଟଙ୍କା

By

Published : Oct 25, 2022, 10:25 PM IST

ମୁମ୍ବାଇ: ମନ୍ଦିରରେ ପ୍ରସାଦ ମିଳିବା ଏକ ସାଧାରଣ କଥା । କିନ୍ତୁ ଭାରତର ବିଭିନ୍ନ ମନ୍ଦିରରେ ଭଳି ଭଳିକ ପ୍ରସାଦ ମିଳିବା ନଜୀର ରହିଛି(Money Distributed in Maa Kali Temple) । ଏହାହିଁ ଭାରତରେ ଥିବା ମନ୍ଦିରଗୁଡ଼ିକୁ ନିଜ ନିଜର ସ୍ବତନ୍ତ୍ରତା ବହନ କରି ଆସୁଛନ୍ତି । ଏଭଳି ହିଁ ଏକ ମନ୍ଦିର ହେଉଛି ମହାରାଷ୍ଟ୍ରର ଅମରାବତୀରେ ଥିବା କାଳୀ ମନ୍ଦିର । ଏଠାରେ ପ୍ରସାଦ ବଦଳରେ ଶ୍ରଦ୍ଧାଳୁଙ୍କୁ ଟଙ୍କା ବଣ୍ଟନ କରାଯାଇଥାଏ ।

ମହାରାଷ୍ଟ୍ରର ଅମରାବତୀରେ ନିଆରା କାଳୀ ମନ୍ଦିର, ପ୍ରସାଦ ବଦଳରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ଟଙ୍କା

ଅମରାବତୀରେ ଥିବା କାଳୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଦୀପାବଳି ପାଳନ ହୋଇ ଆସୁଛି । ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଶ୍ରଦ୍ଧାଳୁ ମନ୍ଦିରରେ ଭୋଗ ଭାବରେ ଟଙ୍କା ଲାଗି କରିଥାଆନ୍ତି । ପ୍ରତିବଦଳରେ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଟଙ୍କା ପ୍ରସାଦ ଭାବରେ ବଣ୍ଟନ କରାଯାଇଥାଏ । ଏକ ବିରାଟକାୟ ପାତ୍ରରେ ଖଇ ସହ ଟଙ୍କା ରଖାଯାଇଥାଏ ।

ମନ୍ଦିରରେ ମାଆ କାଳୀଙ୍କ ଦର୍ଶନ ପରେ ଏଠାରେ ପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ । ଶ୍ରଦ୍ଧାଳୁ ଜଣଙ୍କ ପରେ ଜଣେ ଆସି ସ୍ଥାନୀୟ ସେବାୟତଙ୍କଠାରୁ ଟଙ୍କା ଓ ଖଇ ପ୍ରସାଦ ବାବଦକୁ ଗ୍ରହଣ କରିଥାଆନ୍ତି । ଗତ ୩୮ ବର୍ଷ ହେଲା ଏଠାରେ ଏହିଭଳି ଭାବରେ ଦୀପାବଳି ପାଳନ ହୋଇ ଆସୁଛି । ତେବେ କେଉଁ କାରଣରୁ ଏଠାରେ ଟଙ୍କା ପ୍ରସାଦ ଭାବରେ ବଣ୍ଟନ କରାଯାଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିନାହାନ୍ତି ମନ୍ଦିର ସେବାୟତ ।

ABOUT THE AUTHOR

...view details