ପାନାଜୀ:ନୂଆ ସରକାର ଗଠନ ହେବା ପୂର୍ବରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦରୁ ଇସ୍ତଫା ଦେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଆଜି (ଶନିବାର) ସାୱନ୍ତ ରାଜଭବନରେ ରାଜ୍ୟପାଳ ପି.ସ.ଶ୍ରୀଧନର ପିଲାଇଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବା ପାଇଁ ବହୁମତ ପାଇଛି ଭାରତୀୟ ଜନତା ପାର୍ଟି । ନୂଆ ସରକାର ଗଠନ ନେଇ ଶପଥ ଗ୍ରହଣ ତାରିଖ ଏଯାଏଁ ଚୂଡାନ୍ତ ହୋଇ ନଥିବାରୁ ସେ ପର୍ଯ୍ୟନ୍ତ ସାଓ୍ବନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।
ଦଳକୁ ବହୁମତ ମିଳିବା ପରେ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋଆରେ ପହଞ୍ଚି ନୂତନ ଶପଥ ଗ୍ରହଣ ସମାରୋହର ତାରିଖ ସ୍ଥିର କରିବା ନେଇ ସୂଚନା ମିଳିଛି । ରାଜ୍ୟପାଳଙ୍କ ନିଯୁକ୍ତି କ୍ରମେ ସାୱନ୍ତ ବର୍ତ୍ତମାନ ଗୋଆର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।