ଓଡିଶା

odisha

ETV Bharat / bharat

ବଢୁଛି ତେଲ ଦର; ଧର୍ମେନ୍ଦ୍ର କହିଲେ କର ହ୍ରାସ କରନ୍ତୁ କଂଗ୍ରେସ ଶାସିତ ରାଜ୍ୟ - ଧର୍ମେନ୍ଦ୍ର ପ୍ରଧାନ

ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦର ବୃଦ୍ଧିକୁ ନେଇ ଦେଇଛନ୍ତି ଜବାବ । କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଉପରୁ ଟିକସ ହ୍ରାସ କରିବା ଦରକାର । ଅଧିକ ପଢନ୍ତୁ...

ବଢୁଛି ତେଲ ଦର; ଧର୍ମେନ୍ଦ୍ର କହିଲେ, କର ହ୍ରାସ କରନ୍ତୁ କଂଗ୍ରେସ ଶାସିତ ରାଜ୍ୟ
ବଢୁଛି ତେଲ ଦର; ଧର୍ମେନ୍ଦ୍ର କହିଲେ, କର ହ୍ରାସ କରନ୍ତୁ କଂଗ୍ରେସ ଶାସିତ ରାଜ୍ୟ

By

Published : Jun 13, 2021, 5:55 PM IST

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ ରେକର୍ଡ ବୃଦ୍ଧି ମଧ୍ୟରେ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଧର୍ମେନ୍ଦ୍ର କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଉପରୁ ଟିକସ ହ୍ରାସ କରିବା ଦରକାର ।

ପ୍ରଧାନ କହିଛନ୍ତି, ଯଦି କଂଗ୍ରେସକୁ ସାଧାରଣ ଜନତାଙ୍କ ଗାଡିର ତୈଳ ଦର ବୃଦ୍ଧି ବୋଝ କାରଣରୁ ଚାନ୍ତା ହେଉଛି, ତେବେ ନିଜ ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ବିକ୍ରି କର ହ୍ରାସ କରିବା ଦରକାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତୈଳ ଦର ବୃଦ୍ଧି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ବୀକାର କରୁଛି । ହେଲେ କେନ୍ଦ୍ର ହେଉ କି ରାଜ୍ୟ ଚଳିତ ବର୍ଷ ଭ୍ୟାକ୍ସିନ ଉପରେ 35 ହଜାର କୋଟି ଖର୍ଚ୍ଚ ହୋଇସାରିଲାଣି ।

ଏଭଳି ସଙ୍କଟ ସମୟରେ ଜନହିତକର କାର୍ଯ୍ୟ ପାଇଁ ଟଙ୍କା ସଞ୍ଚୟ ହେଉଛି । ଏହା ଲୋକଙ୍କ କାର୍ଯ୍ୟରେ ଲାଗିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପଞ୍ଜାବ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ପରି କଂଗ୍ରେସ ଶାସିତ ରାଜ୍ୟରେ ଇନ୍ଧନ ମୂଲ୍ୟ ଏତେ ଅଧିକ କାହିଁକି ରାହୁଲ ଗାନ୍ଧୀ ଉତ୍ତର ଦେବେ। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ଗରିବଙ୍କ ଉପରେ ଯାନବାହାନ ଇନ୍ଧନ ମୂଲ୍ୟର ପ୍ରଭାବକୁ ନେଇ ଚିନ୍ତିତ, ତେବେ ସେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଇନ୍ଧନ ଉପରେ ଟ୍ୟାକ୍ସ ହ୍ରାସ କରିବାକୁ କୁହନ୍ତୁ।

ABOUT THE AUTHOR

...view details