ଓଡିଶା

odisha

ETV Bharat / bharat

Power Outage: ହନ୍ତସନ୍ତ ହେଉଛନ୍ତି ରାଜସ୍ଥାନବାସୀ, ଦୈନିକ ୬ରୁ ୭ ଘଣ୍ଟା କଟୁଛି ବିଜୁଳି

ବିଭିନ୍ନ ରାଜ୍ୟରେ କୋଇଲା ଅଭାବ କାରଣରୁ ଘନ ଘନ ବିଜୁଳିକାଟ କରାଯାଉଛି । ତାପଜ ବିଦ୍ୟୁତ୍‌କେନ୍ଦ୍ର ଚାଲିବା ପାଇଁ ଆବଶ୍ୟକ ପଡୁଥିବା କୋଇଲା ଯୋଗାଣରେ ବାଧାପ୍ରାପ୍ତ ହେବାରୁ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Power Outage: ହନ୍ତସନ୍ତ ହେଉଛନ୍ତି ରାଜସ୍ଥାନବାସୀ, ୬ରୁ ୭ ଘଣ୍ଟା କଟୁଛି ବିଜୁଳି
Power Outage: ହନ୍ତସନ୍ତ ହେଉଛନ୍ତି ରାଜସ୍ଥାନବାସୀ, ୬ରୁ ୭ ଘଣ୍ଟା କଟୁଛି ବିଜୁଳି

By

Published : Apr 29, 2022, 8:49 PM IST

Updated : Apr 29, 2022, 9:07 PM IST

ଜୟପୁର:ବଢି ଚାଲିଛି ନିଅଣ୍ଟିଆ କୋଇଲା ଯୋଗାଣ ସମସ୍ୟା । ଫଳରେ ବିଭିନ୍ନ ରାଜ୍ୟରେ କୋଇଲା ଅଭାବ କାରଣରୁ ଘନ ଘନ ବିଜୁଳିକାଟ କରାଯାଉଛି । ତାପଜ ବିଦ୍ୟୁତ୍‌କେନ୍ଦ୍ର ଚାଲିବା ପାଇଁ ଆବଶ୍ୟକ ପଡୁଥିବା କୋଇଲା ଯୋଗାଣରେ ବାଧାପ୍ରାପ୍ତ ହେବାରୁ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି ।

ସାରା ଦେଶରେ ଏବେ ଗ୍ରୀଷ୍ମ ଲହର ଜାରି ରହିଥିବା ବେଳେ ଘନ ଘନ ବିଜୁଳିକାଟ ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ କୋଇଲା ସଙ୍କଟକୁ ନେଇ ରାଜସ୍ଥାନ ସରକାର ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପାୱାରକଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିଜୁଳି ଦର ବୃଦ୍ଧି କାରଣରୁ ରାଜସ୍ଥାନ ସରକାରଙ୍କ ନିର୍ଦ୍ଦେଶକ୍ରମେ, ଗ୍ରାମଞ୍ଚଳରେ ୩ ଘଣ୍ଟା, ଜିଲ୍ଲାଗୁଡିକରେ ୨ ଘଣ୍ଟା ଏବଂ ବିଭିନ୍ନ ବିଭାଗ ସ୍ତରରେ ଦୈନିକ ଏକ ଘଣ୍ଟା ପାୱାରକଟ କରାଯିବ ।

ସେହିଭଳି ସାରା ଦେଶରେ ଏବେ କୋଇଲାର ଯୋଗାଣ ନେଇ ଉତ୍କଟ ସମସ୍ୟା ଦେଖାଯାଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ୍‌ ବିତରଣ କମ୍ପାନୀ ଓ ଉତ୍ପାଦନ କେନ୍ଦ୍ର ଉପରେ ପ୍ରଭାବ ପକାଉଛି । ଏଥିସହ ରାଜସ୍ଥାନ ଶକ୍ତିମନ୍ତ୍ରୀ ଭନୱାର ସିଂ କହିଛନ୍ତି, ଆମେ ବିଜୁଳି ବ୍ୟବହାର ଲାଗି ୟୁନିଟ ପିଛା ୧୫ ଟଙ୍କା ଖର୍ଚ୍ଚ କରୁଥିବା ସ୍ବତ୍ତେ ବିଜୁଳି ବ୍ୟବହାର କରିବାକୁ ଅସର୍ମଥ । ଏହା ସହିତ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଦୈନିକ ୬ରୁ ୭ ଘଣ୍ଟା ଅଘୋଷିତ ବିଜୁଳିକାଟ ହେଉଛି ।

ତେବେ ଏହାର ମୁଖ୍ୟ କାରଣ ହେଉଛି, ରାଜ୍ୟରେ ଦେଖା ଯାଇଥିବା ଉତ୍କଟ ବିଦ୍ୟୁତ୍‌ ଉତ୍ପାଦନ ସମସ୍ୟା । ଏପଟେ ରାଜସ୍ଥାନ ସରକାର ରାଜ୍ୟରେ ଥିବା କମ୍ପାନୀଗୁଡିକୁ ବୁଦ୍ଧିମତାର ସହ ବିଜୁଳି ବ୍ୟବହାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜସ୍ଥାନରେ ୧.୭ ଲକ୍ଷ ଶିଳ୍ପ ୟୁନିଟ ରହିଥିବା ବେଳେ ୧.୨୭ ଲକ୍ଷ କ୍ଷୁଦ୍ର ଶିଳ୍ପ ଯୁନିଟ ରହିଛି । ସେହିପରି ୩୩ ହଜାର ମଧ୍ୟମ ଶିଳ୍ପ ୟୁନିଟ ରହିଥିବା ବେଳେ ପାୱାରକଟ ନେଇ ଏହି ଶିଳ୍ପ ସଂସ୍ଥାଗୁଡିକର ଉତ୍ପାଦନର ଉପରେ ଗଭୀର ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି ।

ଗତ ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୋଇଲା ସଙ୍କଟକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଭେଟିଥିଲେ । ଏଥିସହ ରାଜସ୍ଥାନକୁ କୋଇଲା ପ୍ରଦାନ କରିବା ଲାଗି ସେ କହିଥିଲେ । ଅନ୍ୟପଟେ କୋଇଲା ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜର କ୍ଷୋଭ ପ୍ରକାଶ କରିବା ସହ ସମସ୍ତେ ମିଶି ଏହାର ସମଧାନ କରିବା ଲାଗି କହିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଏବେ ଉତ୍କଟ କୋଇଲା ସମସ୍ୟା ଦେଖାଯାଇଛି । ଫଳରେ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ବହୁତ ବ୍ୟାହତ ସୃଷ୍ଟି ହୋଇଛି ବୋଲି ଦିଲ୍ଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏପର୍ଯ୍ୟନ୍ତ ଆମେ ଦିଲ୍ଲୀରେ ବିଭିନ୍ନ ଉପାୟରେ ବିଦ୍ୟୁତ୍‌ ସମସ୍ୟା ଦୂର କରି ପାରିଛୁ । ମାତ୍ର ଆଗକୁ ଏହା କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।

Last Updated : Apr 29, 2022, 9:07 PM IST

ABOUT THE AUTHOR

...view details