ଓଡିଶା

odisha

ETV Bharat / bharat

ଅଡୁଆରେ କର୍ଣ୍ଣାଟକ ସରକାର: ହସ୍ପିଟାଲରେ ବିଦ୍ୟୁତ କାଟ୍‌, ICUରେ ୫ ରୋଗୀଙ୍କ ମୃତ୍ୟୁ - ହସ୍ପିଟାଲରେ ବିଦ୍ୟୁତ କାଟ ଯୋଗୁଁ ତିନି ରୋଗୀଙ୍କ ମୃତ୍ୟୁ

ବିଜୟାନଗର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସି ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଦ୍ୟୁତ କାଟ ଯୋଗୁଁ ଆଇସିୟୁରେ ଥିବା ୫ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ହସ୍ପିଟାଲରେ ବିଦ୍ୟୁତ କାଟ ଯୋଗୁଁ ତିନି ରୋଗୀଙ୍କ ମୃତ୍ୟୁ, ୫ ଲକ୍ଷ ସହାୟତା ଘୋଷଣା କଲେ ସରକାର
ହସ୍ପିଟାଲରେ ବିଦ୍ୟୁତ କାଟ ଯୋଗୁଁ ତିନି ରୋଗୀଙ୍କ ମୃତ୍ୟୁ, ୫ ଲକ୍ଷ ସହାୟତା ଘୋଷଣା କଲେ ସରକାର

By

Published : Sep 16, 2022, 11:55 AM IST

Updated : Sep 16, 2022, 2:12 PM IST

ବେଙ୍ଗାଲୁରୁ:ICUରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ସମୟରେ ପାଓ୍ବାର କଟ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କର୍ଣ୍ଣାଟକର ବଲାରୀରେ ଥିବା ବିଜୟାନଗର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସି ହସ୍ପିଟାଲ ବିରୋଧରେ (Vijayanagara Institute of Medical Sciences) । ୫ମୃତକ ହେଉଛନ୍ତି ମୌଲା ହୁସେନ, ଚେତମା, ଚନ୍ଦ୍ରମା,ମନୋଜ ଓ ନିଖୀଲ । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ନାବାଳକ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମୌଲା ହୁସେନ କିଜନୀ ଜନିତ ସମସ୍ୟା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ, ଚେତମାଙ୍କୁ ସାପ କାମୁଡିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା, ତେଣୁ ସେ ମଧ୍ୟ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସେହିପରି ୮ ବର୍ଷ ବୟସର ନାବାଳକ ନିଖିଲ ଟେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ । ତେବେ ଚିକିତ୍ସା ଜାରି ରହିଥିବାବେଳେ ବୁଧବାର ଦିନ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ତେବେ ବିଦ୍ୟୁତକାଟ୍‌ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ହସ୍ପିଟାଲ ଅଥରିଟି । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେତେକ ରିପୋର୍ଟରେ ବିଦ୍ୟୁତ କାଟ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଭୂକମ୍ପରେ ଥରିଲା ଲଦାଖ, ତୀବ୍ରତା 4.8 ରେକର୍ଡ

ବିଦ୍ୟୁତ କାଟ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଥିବାବେଳେ ମୃତକଙ୍କ ପରିବାରରକୁ ସହାୟତା ରାଶି ଘୋଷଣା କରିଛନ୍ତି । ତିନି ମୃତକଙ୍କ ପିରବାରକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ (CM Basavaraj Bommai ) ।

ଏହି ଘଟଣାକୁ ନେଇ କର୍ଣ୍ଣାଟକ ରାଜନୀତି ମଧ୍ୟ ଉଷ୍ମ ହୋଇଛି । ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ସିଦ୍ଧରମେୟା । ସେ କହିଛନ୍ତି, "ସରକାରଙ୍କ ଅବହେଳା ଯୋଗୁଁ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି, ତେଣୁ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ଇସ୍ତଫା ଦିଅନ୍ତୁ । ସକାଳ ୮ ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହୋଇଛି ଏବଂ ସେହି ସମୟରେ ଜେନେରେଟର ମଧ୍ୟ କାମ କରୁନାହିଁ ।

ଏହା କାରଣରୁ ଆଇସିୟୁରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ହସ୍ପିଟାଲରେ ଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ମୃତକଙ୍କ ପରିବାରକୁ ତୁରନ୍ତ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ଉଚିତ ବୋଲି ଦାବି କରିଛନ୍ତି ବିରୋଧି ଦଳ ନେତା ।

Last Updated : Sep 16, 2022, 2:12 PM IST

For All Latest Updates

ABOUT THE AUTHOR

...view details