ଓଡିଶା

odisha

ETV Bharat / bharat

ଜମିରୁ ମିଳିଲା ବିପୁଳ ପରିମାଣର ରୂପା ମୁଦ୍ରା - ଜମିରୁ ମିଳିଲା ବ୍ରିଟିଶ ଯୁଗର ବିପୁଳ ପରିମାଣର ରୂପା ମୁଦ୍ରା

ଚାଷ କରୁଥିବା ବେଳେ ଜମିରୁ ମିଳିଲା ରୂପା ମୁଦ୍ରା ଭର୍ତ୍ତି ହାଣ୍ଡି । ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲାର ବରେଲି ଗାଁର ଚାଷ ଜମିରୁ ବ୍ରିଟିଶ ଯୁଗର ରୂପା ମୁଦ୍ରା ମିଳିଛି । ଅଧିକ ପଢ଼ନ୍ତୁ

a pot full of silver coins came out while plowing the field in etawah
ଜମିରୁ ମିଳିଲା ବ୍ରିଟିଶ ଯୁଗର ବିପୁଳ ପରିମାଣର ରୂପା ମୁଦ୍ରା

By

Published : Jul 11, 2022, 3:10 PM IST

ଲକ୍ଷ୍ନୌ: ଚାଷ କରୁଥିବାବେଳେ ବିଲରୁ ମିଳିଲା ରୂପା ମୁଦ୍ରା ଭର୍ତ୍ତି ହାଣ୍ଡି । ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲାର ବରେଲି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜମିରେ କାମ କରୁଥିବା ଟ୍ରାକ୍ଟର ଚାଳକ ଓ ଶ୍ରମିକମାନେ ରୁପା ମୁଦ୍ରା ପାଇ ନେଇଯାଇଥିବା ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ ପୋଲିସ 33ଟି ମୁଦ୍ରା ଜବତ କରିଛି । ହାଣ୍ଡିରେ 200ଟି ରୂପା ମୁଦ୍ରା ଥିଲା ବୋଲି ମହିଳା ଜଣକ କହିଛନ୍ତି ।

ଜମିରୁ ମିଳିଲା ବ୍ରିଟିଶ ଯୁଗର ବିପୁଳ ପରିମାଣର ରୂପା ମୁଦ୍ରା

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଜମିରେ ହଳ କରିବା ପାଇଁ ଟ୍ରାକ୍ଟର ଏବଂ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । କାମ ଆରମ୍ଭ ହେବା ପରେ ମହିଳା ଜଣ କ ଘରକୁ ଫେରି ଆସିଥିଲେ । ଏହି ସମୟରେ ଟ୍ରାକ୍ଟରର ଚକ ଏକ ହାଣ୍ଡିରେ ବାଜିଥିଲା । ସେମାନେ ଯାଇ ଦେଖନ୍ତି ତ ହାଣ୍ଡିଟି ରୂପା ମୁଦ୍ରାରେ ଭର୍ତ୍ତି ହୋଇଥିଲା । ଏହାପରେ ରୂପା ମୁଦ୍ରା ଭର୍ତ୍ତି ହାଣ୍ଡିକୁ ନେଇ ଶ୍ରମିକମାନେ ସେଠାରୁ ପଳାଇଥିଲେ । ମହିଳା ଜଣକ ଏହି ଘଟଣା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ 33ଟି ମୁଦ୍ରା ଜବତ କରିଛି । ତେବେ ଖୁବଶୀଘ୍ର ସମସ୍ତ ମୁଦ୍ରା ଉଦ୍ଧାର କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ମୁଦ୍ରା ଗୁଡ଼ିକ 1850 ମସିହାର ହୋଇଥିବା ଦେଖିବାକୁ ମିଳିଛି । ବ୍ରିଟିଶ ଯୁଗର ରାଣୀ ଭିକ୍ଟୋରିଆଙ୍କ ଚିତ୍ର ମୁଦ୍ରାରେ ସ୍ଥାନ ପାଇଛି । ଅନ୍ୟପଟେ ପତ୍ନତତ୍ତ୍ବ ବିଭାଗକୁ ଏନେଇ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details